ମନ୍ନତରେ ଲାଗିଲା ନୋଟିସ
ମୁମ୍ବଇ : ସୁପରଷ୍ଟାର ଶାହାରୁଖଙ୍କ ମନ୍ନତରେ ଏନସିବି ଟିମର ଚଢ଼ାଉ । ପଚରାଉଚରା ପାଇଁ ଶାହାରୁଖଙ୍କ ଘର ମନ୍ନତକୁ ଏନସିବି ଯାଇଛନ୍ତି। ଏଥିସହ ଏନସିବି ପକ୍ଷରୁ ମନ୍ନତରେ ନୋଟିସ ଲଗାଯାଇଛି । ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଆର୍ୟନ ଗିରଫ ହୋଇଛନ୍ତି । ଏନସିବି ଟିମ୍ ଶାହାରୁଖ ଖାନଙ୍କ ଘର ମନ୍ନତରେ ପହଞ୍ଚି ତଲାସି କରୁଛି। ଶାହାରୁଖ ଆଜି ତାଙ୍କ ପୁଅ ଆର୍ୟନଙ୍କୁ ଭେଟିବା ପାଇଁ ଆର୍ଥର ରୋଡ କାରାଗାରକୁ ଯାଇଥିଲେ। ଏକ ଗ୍ଲାସ୍ କାନ୍ଥ ସାମ୍ନାରେ ବସିଥିବା ବେଳେ ଦୁହେଁ ଇଣ୍ଟରକମ୍ ମାଧ୍ୟମରେ କଥା ହୋଇଥିଲେ । ଏହି ସମୟରେ ଆର୍ୟନ କାନ୍ଦୁଥିଲେ। ଏହି ସାକ୍ଷାତ କେବଳ ୧୫ ମିନିଟ୍ ପାଇଁ ଥିଲା ।
Mumbai | A team of Narcotics Control Bureau (NCB) is currently present at actor Shah Rukh Khan's residence 'Mannat'
— ANI (@ANI) October 21, 2021
Earlier today, Shah Rukh Khan met son Aryan at Arthur Road Jail
Bombay High Court to hear Aryan Khan's bail application on 26th October pic.twitter.com/SyzoWVi9UL
ସେହିପରି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ଚଢାଉ କରିଛି। ଏହି ଚଢାଉ ମୁମ୍ବଇର ବାନ୍ଦ୍ରାସ୍ଥିତ ଘରେ କରାଯାଇଛି। ଏହି ମାମଲାରେ ଏପର୍ୟ୍ୟନ୍ତ ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ । ଏହାସହ ଅନନ୍ୟାଙ୍କ ଫୋନ ଜବତ କରାଯାଇଛି ବୋଲି ସୂଚନା ମିଳିଛି।
