ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ନୀଳଗିରି ବିଧାୟକ
ବାହାନଗା : ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ଶିବପୁରା ଗ୍ରାମର କୈଳାସ ଚନ୍ଦ୍ର ମହାନ୍ତି ଗତ ଶୁକ୍ରବାର ଦିନ ବିଲକାମକୁ ଯାଇ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ । ଉକ୍ତ ଖବର ପାଇ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ ଗତ ମଙ୍ଗଳବାର ଦିନ ମୃତକଙ୍କ ଘରକୁ ଆସି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେବା ସହ ଆର୍ଥିକ ସହାୟତା ମଧ୍ୟ କରିଥିଲେ । ତାଙ୍କ ସହିତ ବିଜେପିର ଯୁବନେତା ରଂଜନ କୁମାର ରାଉତ, ଶ୍ରୀଧର ମହାନ୍ତି, ରଶ୍ମିରେଖା ରାଉତ, ସୁମନ୍ତ ମହାନ୍ତି, ବିନୋଦ କୁମାର ରାଉତ, ନିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
