କନ୍ଧମାଳ ଜିଲ୍ଲାର ନୁଆ ଏସ୍.ପି ହେଲେ ଶୁଭେନ୍ଦୁ ପାତ୍ର
କନ୍ଧମାଳ : କନ୍ଧମାଳ ଜିଲ୍ଲାର ନୁଆ ଏସପି ହେଲେ ଶୁଭେନ୍ଦୁ ପାତ୍ର । ରାଜ୍ୟରେ ଆଇପିଏସ ସ୍ତରରେ ଅଦଳ ବଦଳ ହୋଇଛି ରାଜ୍ୟରେ ସମୁଦାୟ ୧୫ ଜଣ ଆଇପିଏସ ଅଧିକାରୀଙ୍କର ବଦଳି ହୋଇଥିବା ବେଳେ ଏଥିରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲଙ୍କର ଜାଜପୁର ଜିଲ୍ଲା ଏସପି ଭାବରେ ବଦଳି ହୋଇଛି ଏବଂ ମାଲକାନଗିରି ଉପଖଣ୍ଡ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟରତ ୨୦୧୯ ମସିହାର ଆଇପିଏସ ଅଧିକାରୀ ଶୁଭେନ୍ଦୁ ପାତ୍ରଙ୍କର କନ୍ଧମାଳ ଜିଲ୍ଲା ଏସପି ଭାବରେ ବଦଳି ହୋଇଛି । ଆଇପିଏସ ପାଇବା ପରେ ସେ ଅନୁଗୁଳଠାରେ ତାଲିମ ପାଇବା ପରେ ମାଲକାନଗିରି ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗ ଦେଇଥିଲେ । କନ୍ଧମାଲ ଜିଲ୍ଲାରେ ସେ ପ୍ରଥମେ ଏସପି ଭାବରେ ଯୋଗ ଦେବେ ବୋଲି ଜଣାପଡିଛି । ଓଡିଶା କ୍ୟାଡର ର ଆଇପିଏସ ଅଧିକାରୀ ଶୁଭେନ୍ଦୁ ପାତ୍ର ଜଣେ ମେଳାପି ଏବଂ କର୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ଭାବରେ ସୁପରିଚିତ ଥିବା ଜଣାପଡିଛି । ସେ ଗତ ୨୦୨୧ ମସିହା ନଭେମ୍ବର ମାସ ୧୦ ତାରିଖରେ ମାଲକାନଗିରିରେ ଉପଖଣ୍ଡ ପୋଲିସ ଅଧିକାରୀ ଭାବରେ ଯୋଗ ଦେଇଥିଲେ । ତେବେ ଭିନିତ ଅଗ୍ରୱାଲ କନ୍ଧମାଳ ଜିଲ୍ଲାରେ ଯୋଗ ଦେବାଠାରୁ ଜିଲ୍ଲାରେ ଆଇନ ଶୃଙ୍ଖଳା ଏବଂ ମାଓବାଦୀ ଦମନରେ ଅଗ୍ରଣୀ ଭୁମିକା ଗ୍ରହଣ କରିଥିଲେ । ଜିଲ୍ଲାରେ କାର୍ଯ୍ୟକାଳରେ ସେ ମାଓବାଦୀ ନିୟନ୍ତ୍ରଣ ଓ ଗଞ୍ଜେଇ ଚୋରାଚାଲାଣ ରୋକିବାରେ ସଫଳ ଭୁମିକା ନିର୍ବାହ କରିଛନ୍ତି । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସୁଚାରୁ ରୁପେ ନିର୍ବାହ କରିଛନ୍ତି ।
