ଛାତ୍ରୀଙ୍କ ମୃତ ଶରୀରରେ କ୍ଷତ ଚି଼ହ୍ନ ଦେଖି ମା ଆଣିଲେ ଅଭିଯୋଗ
ଗୋପ : ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ରାହାଙ୍ଗରଡ଼ା ପଞ୍ଚାୟତର ସନ୍ତରଷ ଗାଁରେ ଏକ ଅଭାବନୀୟ ଘଟଣା ୨୮ ତାରିଖ ୪:୩୦ ସମୟରେ ଘଟିଛି କ୍ଷ ଗ୍ରାମର ନିକଟସ୍ଥ ଧନୁଆଁ ନଦୀରୁ ୧୦ ବର୍ଷିୟା ଛାତ୍ରୀଙ୍କ ମୃତ ଶରୀର ଉଦ୍ଧାର ହୋଇଛି ଓ ଝିଅକୁ ମାରି ଧନୁଆଁ ନଦୀରେ ଫିଙ୍ଗି ଥିବା ଅଭିଯୋଗ ଆଣିଲେ ମା! ସୂଚନା ରୁ ପ୍ରକାଶ ଝିଅ ପୂଜାରାଣୀ ସ୍କୁଲରୁ ଆସି ଘରେ ବହି ବସ୍ତାନି ରଖି ସାଙ୍ଗସାଥୀଙ୍କ ସହିତ ଖେଳିବାକୁ ଯାଇଥିଲା କ୍ଷ କିନ୍ତୁ ଘରକୁ ଫେରିବାରେ ବିଳମ୍ବ ହେବାରୁ ମା ମିନତୀ ବେହେରା ନିଜର ସମ୍ପର୍କୀୟ ଙ୍କ ସହିତ ଖୋଜାଖୋଜି କରିବାକୁ ନିକଟସ୍ଥ ଧନୁଆ ନଦୀ କୂଳକୁ ଯାଇଥିଲେ କ୍ଷ ସେଠାରେ ଅନେକ ଖୋଜାଖୋଜି କଲାପରେ ନଦୀରୁ ତୃତୀୟ ଶ୍ରେଣୀରେ ପଡୁଥିବା ପୂଜାରାଣୀ ବେହେରାଙ୍କ ମୃତ୍ୟୁ ଦେହ କୁ ଉଦ୍ଧାର କରିଥିଲେ କ୍ଷ ତାପରେ ତାକୁ ତୁରନ୍ତ ଗୋପ ହସ୍ପିଟାଲକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷ ଗୋପ ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଜାରୀ ରଖିଛି ଓ ସେପଟେ ଝିଅ କୁ ହରାଇ ମା ମିନତୀ ବେହେରା ଭାରସାମ୍ୟ ହରାଇଥିବା ବେଳେ ଝିଅକୁ କିଏ ମାରି ଧନୁଆ ନଦୀରେ ଫିଙ୍ଗିଥିବା ଗୋପ ଥାନାରେ ଅଭିଯୋଗ କରିଛନ୍ତି । ବାପା ଗୁରୁ ବେହେରା ଘରେ ନଥିବା ଯୋଗୁଁ ଗ୍ରାମବାସୀଙ୍କ ସହ ମା ମୃତ ଝିଅର ଶବକୁ ନେଇ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି । ଆଜି ପୁରୀ ରୁ ଏକ ଅନୁସନ୍ଧାନକାରି ଦଳ ଆସି ଗୋପ ଥାନା ଅଧିକାରୀ ଦୁନିଲ କୁମାର ପ୍ରଧାନ ଙ୍କ ସହାୟତାରେ ଗୋପ ହସ୍ପିଟାଲ ରୁ ମୃତ୍ୟୁ ବରଣ କରିଥିବା ଛାତ୍ରୀ ର ସମସ୍ତ କ୍ଷତ ସ୍ଥାନ କୁ ଫୋଟୋ ଉଠାଇ ମୃତ ଶରୀର ଉଦ୍ଧାର ହୋଇଥିବା ସ୍ଥାନ ପର୍ଯ୍ୟନ୍ତ ଯାଇଁ ଅନୁସନ୍ଧାନ ଜାରୀ ରଖିଛନ୍ତି କ୍ଷ ଅପେକ୍ଷା ରହିଇଛି ଶବ ବ୍ୟବଛେଦ୍ଧ ରିପୋର୍ଟ ଆସିଲେ ଘଟଣା ର ସତ୍ୟାସତ୍ୟ ଲୋକ ଲୋଚନ କୁ ଆସିପାରିବ କ୍ଷ ଏହା ହତ୍ୟା ନାଁ ପାଣିରେ ବୁଡି ମୃତ୍ୟୁ ବରଣ କରିଛି I
