ବିଧାୟକଙ୍କ ଦ୍ୱାରା ମସଜିଦ୍ ଗୃହ ଉଦ୍ଘାଟିତ
ବାଲେଶ୍ୱର : ସରସ୍ୱତୀପୁର ପଂଚାୟତର ସମଲପୁର ଗ୍ରାମରେ ଗତକାଲି ଏକ ମସଜିଦ୍ ଗୃହ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ‘ଆମ ଗାଁ, ଆମ ବିକାଶ’ ଯୋଜାନାରେ ଏହି ମସଜିଦ୍ ଗୃହ ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଗ୍ରାମବାସୀ ୫ଲକ୍ଷ ଟଙ୍କା ଅନୁଦାନ ଦେଇଥଦ୍ଲ । ଫଳରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହି ମସଜିଦ୍ ଗୃହ ନିର୍ମାଣ ସମ୍ଭବପର ହୋଇଛି । ପୂର୍ବରୁ କିଛିବ୍ୟକ୍ତି ଏହି ମସଜିଦ୍ ନିର୍ମାଣ ଉପରେ ହାଇକୋର୍ଟରେ ମକଦ୍ଦମା କରିଥିଲେ । ମାତ୍ର ବିଧାୟକଭାବେ ଶ୍ରୀ ପରିଡ଼ା ନିର୍ବାଚିତ ହୋଇ ଆସିବା ପରେ ଏହି ମାମଲାରେ ସେ ତୃତୀୟପକ୍ଷ ଭାବେ ଅପିଲ କରି ଆବେଦନ କରିବା ପରେ ବିଚାରପତି ଏହାର ନିର୍ମାଣ ପାଇଁ ଅନୁମତି ଦେଇଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମରେ ରେମୁଣା ବ୍ଲକ ଚେୟାରମ୍ୟାନ୍ ରାଜେନ୍ଦ ରାଉତ, ସରପଂଚ କୈଳାଶ ଚନ୍ଦ୍ର ସ୍ୱାଇଁ, ମସଜିଦ୍ କମିଟି ସମ୍ପାଦକ ଶେଖ୍ ଜସିମ୍, ଶେଖ୍ ଇମ୍ରାନ୍ (ଇମୁ), ଶେଖର ରେହାନ, ଶେଖର ଅଲ୍ଲୀ, ଶେଖ ଆଦିଲ ପ୍ରମୁଖ ଉପସ୍ଥିତ ରହି ବିଧାୟକଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ।
