ଚଳିତବର୍ଷ ଶୀଘ୍ର ଆସିପାରେ ମୌସୁମୀ
ଭୁବନେଶ୍ୱର: ଚଳିତବର୍ଷ ଶୀଘ୍ର ଆସିପାରେ ମୌସୁମୀ । ମେ ମାସ ଶେଷ ସପ୍ତାହରେ ଆସିବା ନେଇ ଅନୁମାନ କରାଯାଉଛି । ସିଇସି ଡା. ଶରତ ସାହୁ କହିଛନ୍ତିଯେ, ଏଥର ମୌସୁମୀ ମେ ମାସ ଶେଷ ସପ୍ତାହରେ ଆସିବା ନେଇ ସମ୍ଭାବନା ରହିଛି । ଚଳିତମାସ ଆଡ଼କୁ ତାପମାତ୍ରା କମିବ ବୋଲି ମଧ୍ୟ ଡା. ସାହୁ କହିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟରେ ବାତ୍ୟାର ଆଶଙ୍କା ରହିଛି । ୮ ତାରିଖ ସନ୍ଧ୍ୟା ସୁଧା ଅବପାତ ବାତ୍ୟାରେ ପରିଣତ ହୋଇପାରେ ବୋଲି ଅନୁମାନ କରାଯାଉଛି । ଯଦି ଅବପାତ ବାତ୍ୟାରେ ପରିଣତ ହୁଏ । ତେବେ ଏହା ୧୦ ତାରିଖ ବେଳକୁ ସ୍ଥଳ ଭାଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।
