ନଗରପାଳ ଉଦଘାଟନ କଲେ ହସ୍ତତନ୍ତ ମେଳା ବିଭିନ୍ନ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ବିକ୍ରୟ ମେଳା
ବାରିପଦା : ସ୍ଥାନୀୟ ଛଉପଡିଆ ନିକଟ କଲେଜ ଫିଲ୍ଡ ଠାରେ ହେଣ୍ଡଲୁମ ଫେବ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ଆଜି ସଂଧ୍ୟା ଠାରୁ ଆରମ୍ଭ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି, ବିଜେଡିର ଯୁବନେତ୍ରୀ ଛବି ମାହାଲି, ସଂଗଠକ ଅନନ୍ତ ଦାସ, ପ୍ରଭାତ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଦେଇ ମେଳାକୁ ଉଦଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ବିଭିନ୍ନ ରାଜ୍ୟର ମୋଟ ୬୫ ଟି ଷ୍ଟଲ ଲାଗିଥିବା ବେଳେ ପ୍ରତିଦିନ ଦିବା ୧୧ଘ. ରୁ ରାତ୍ର ୧୦ ଘ. ପର୍ଯ୍ୟନ୍ତ ଖୋଲାରହୁଛି । ଗୋଟିଏ ଛାତ ତଳେ ସାରା ଭାରତ ବର୍ଷର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଲୋକମାନଙ୍କୁ ଯୋଗାଇ ଦେବା ସହ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ମାନଙ୍କୁ ପ୍ରତ୍ସାହନ ଯୋଗାଇ ଦେବା ଲକ୍ଷ୍ୟରେ ଆୟୋଜିତ ହୋଇଥିବା ଏହି ମେଳାରେ ରାଜସ୍ଥାନୀ କୋଟା ଶାଢ଼ୀ, ରାଜସ୍ଥାନୀ ଡୋରିଆ ଶାଢ଼ୀ, ବଙ୍ଗାଲୀ କାନ୍ଧା ଶାଢ଼ୀ, ଯୋଧପୁର ବାନ୍ଧଣୀ ଶାଢ଼ୀ, ବନାରସୀ ଶାଢ଼ୀ, ଭାଗଲପୁରୀ ଟସର ସିଲ୍କ ଶାଢ଼ୀ, ଖଦୀ ସେଟ, ଲକ୍ଷ୍ନୌର ବିକେନ ୱାର୍କ ଡ୍ରେସ, ସାଙ୍ଗନେରୀ ବ୍ଲକ ପ୍ରିନ୍ସ ଫ୍ରକ, ଜୟପୁରୀ ପ୍ରିନ୍ସ ବେଡସିଟ, ଲେଦର ଜାକେଟ, ଡ୍ରେସ ମେଟ୍ରିଆଲ, ପଂଜାବୀ ଧୋତୀ, ଦୁପଟା ସୁଟ, କାଶ୍ମିରୀ ଶାଢୀ, ଏବଂ ହାତତିଆରି ନାନା ଉପକରଣ ଉପଲବ୍ଧ ହେଉଛି ବୋଲି ମେଳା ପରିଚାଳକ ୟାକିବ ସୂଚନା ଦେଇଛନ୍ତି ।
