ଫେକ ୱେବସାଇଟ ତିଆରି କରି ଚାକିରୀ ପାଇଁ ଠକିଥିବା ମାମଲାର ମାଷ୍ଟରମାଇଣ୍ଡ ଗିରଫ
ଭୁବନେଶ୍ୱର ; କ୍ରାଇମବ୍ରାଂଚର ଆର୍ଥକ ଅପରାଧ ଶାଖା ଜବ୍ ଫ୍ରଡ୍ ମାଷ୍ଟରମାଇଣ୍ଡ ଜାଫର ଅହମଦକୁ ଉତର ପ୍ରଦେଶରୁ ଅଲିଗଡରୁ ଗିରଫ କରିଛି । କ୍ରାଇମବ୍ରାଂଚ ଡିଆଇଜି ଜୟ ନାରାୟଣ ପଂକଜ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜଫର ଜଣେ ଇଂଜିନିୟର ଓ ତାର ଚାରି ଜଣ ସହଯୋଗୀ ମଧ୍ୟ ରହିଛନ୍ତି । ସେମାନେ ମଧ୍ୟ ଇଂଜିନିୟର । ସେମାନଙ୍କ ସହ ଜଣେ ୱେବସାଇଟ ଡେଭଲପର ମଧ୍ୟ ଅଛନ୍ତି । ସେମାନେ ଓଡିଶା ସମେତ ପାଂଚଟି ରାଜ୍ୟର ୫୦ ହଜାରରୁ ଉର୍ଧ ଆଶାୟୀଙ୍କୁ ଠକି ଥିବା ଅଭିଯୋଗ ରହିଛି । ଏମାନେ ଲ ଏନଫର୍ସିଂ ଏଜେନ୍ସି ମାନଙ୍କ ଠାରୁ କିପରି ବର୍ତି ପାରିବେ ତାହାକୁ ଆଖିରେ ରଖି କାମ କରିଥାନ୍ତି । ସେମାନେ ଏହି କାମ ପାଇଁ ପାଖାପାଖି ଏକ ହଜାର ସିମ ଓ ୫୩୦ ମୋବାଇଲ ସେଟ ବ୍ୟବହାର କରୁଥିଲେ । ଏହି ସିମ ଅନ୍ୟ ମାନଙ୍କର ନାମରେ ଥିଲା । ପୋଲିସକୁ ଚକମା ଦେବାକୁ ସେମାନେ ଏପରି କରୁଥିଲେ । ସେହିପରି ଏମାନେ କଲ ସେଂର ତିଆରି କରିଥିଲେ ଓ ଏଥିରେ ୫୦ ଜଣଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ କରି ଆଶାୟୀ ମାନଙ୍କୁ ଫୋନ କରି ଅର୍ଥ ମାଗୁଥିଲେ ।
