ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ହେବ। ଏହାପରେ ଅପରାହ୍ନରେ ଦ୍ଵିତୀୟ ଅଧିବେଶନରେ ତିନୋଟି ବିଷୟ ଉପରେ ଆଲୋଚନା ହେବ।
ମହାପ୍ରଭୁଙ୍କ ସ୍ନାନଯାତ୍ରାର ଭିଡିଓ ଫୁଟେଜ ଅନୁଧ୍ୟାନ କରାଯିବା ସହ ଏଥିରେ ରହିଥିବା ତ୍ରୁଟି ଓ ଆଗାମୀ ରଥଯାତ୍ରାରେ ଏହାର କିଭଳି ପୁନରାବୃତ୍ତି ନହେବ ସେନେଇ ଆଲୋଚନା ହେବ। ଜୁନ୍ ୨୦ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ସମୀକ୍ଷା ନେଇ ଦ୍ଵିତୀୟ ଅଧିବେଶନରେ ଆଲୋଚନା ହେବ। ପରିଚାଳନା କମିଟି ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ଅନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇପାରେ। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ କନୱର ବିଶାଳ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ।
ପୁରୀ ରଥଯାତ୍ରା ପାଇଁ ମଙ୍ଗଳବାର ଦିନ ତୃତୀୟ ତଥା ଅନ୍ତିମ ସମନ୍ୱୟ ବୈଠକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବୈଠକରେ ଭର୍ଚୁଆଲ୍ ମାଧ୍ୟମରେ ଅଧ୍ୟକ୍ଷତା କରିବେ। ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ରଥଯାତ୍ରା ପ୍ରସ୍ତୁତି ନେଇ ନିଜର ମତ ରଖିବେ।
