ହରିୟାଣା ସରକାର ସନ୍ଦିପ ସିଂହଙ୍କ ଠାରୁ ଖେଳ ବିଭାଗ ଫେରାଇ ନେଲେ, ଅଧିସୂଚନା ଜାରି
ଚଣ୍ଡୀଗଡ଼ : ହରିୟାଣା ସରକାର ସନ୍ଦୀପ ସିଂହଙ୍କ ଠାରୁ ଖେଳ ବିଭାଗ ପ୍ରତ୍ୟାହାର କରି ନେଇଛନ୍ତି । ଶନିବାର ଦିନ ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଏହାର ଅଧିସୂଚନା ଜାରି କରିଦିଆ ଯାଇଛି । ମହିଳା କୋଚ୍ ଦ୍ୱାରା ଯୌନ ଉତ୍ପୀଡ଼ନର ଅଭିଯୋଗ ଲଗାଇଯିବା ପରେ ସନ୍ଦୀପ ସିଂହ ଏକ ଜାନୁଆରୀକୁ ଖେଳ ବିଭାଗ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ଙ୍କୁ ଦେବା ପାଇଁ ଘୋଷଣା କରିଥିଲେ ।
