ଟ୍ରାଙ୍କୁଲାଇଜ ହେଲା ଦନ୍ତାହାତୀ ବାଲୁଖଣ୍ଡରୁ ନଆଯାଇ ଚନ୍ଦକା ଛଡ଼ାଯିବ
ପୁୁରୀ : ଚନ୍ଦକାରୁ ଚନ୍ଦନପୁରୁ ରାତିରେ ଆସିଥିଲା ହାତୀ । ହାତୀର ଚଳପ୍ରଚଳକୁ ନେଇ ୨ ଦିନ ହେଲାଣି ବନ ବିଭାଗର ୭ଟି ଦଳ ଅସ୍ତବ୍ୟସ୍ତ ହେଉଥିଲେ । ହାତୀ ଚନ୍ଦନପୁର ନିକଟ ପ୍ରତାପ ପୁରୁଷୋତମପୁୁରରୁ ରାତି ୧୧ ଟାରେ ପୁରୀ ସହର ସନ୍ନିକଟ ଖଣ୍ଡିଆବନ୍ଧକୁ ଆସିଥିଲା । ସେଠାରୁ ସହରର କୋଳାହଳ ଶୁଣି ବୀର ହରେକୃଷ୍ଣପୁର ଦେଇ ବାଲିଗୁଆଳି ଛକକୁ ଯାଇଥିଲା । ବାଲିଗୁଆଳି ଛକରୁ ଅଭୟାରଣ୍ୟ ପ୍ରବେଶ କରିଥିଲା । କେତେକ ଗ୍ରାମବାସୀ ବନ ବିଭାଗକୁ ଖବର ଦେବାରେ ବନ ବିଭାଗ କର୍ମଚାରୀ ହାତୀଟି ନୂଆନଇ ନିକଟ ନେଚର କ୍ୟାମ୍ପ ପଛପଟେ ବୁଲୁଥିବା ଦେଖିଥିଲେ । ଏହାପରେ ତାକୁ ଟ୍ରାଙ୍କୁଲାଇଜ କରିବା ପରେ ସେ ଶୋଇପଡ଼ିଥିଲା । ପରେ ତାକୁ କ୍ରେନ ଓ ଟ୍ରକ ଯୋଗେ ଚନ୍ଦକା ଜଙ୍ଗଲରେ ଛଡ଼ାଯିବା ପାଇଁ ବ୍ୟବସ୍ଥା ହୋଇଛି । ହାତୀ ୨ ଦିନ ଧରି ଚନ୍ଦନପୁର ଓ ପୁରୀ ସହର ନିକଟରେ ଚରାବୁଲା କରିବା ଯୋଗୁ ଅଞ୍ଛଳବାସୀ ଭୟଭୀତ ହାଇପଡ଼ିଥିଲେ । ହାତୀଟି କୌଣସି କ୍ଷୟକ୍ଷତି କରିନଥିବା ଜଣାପଡ଼ିଛି । ହାତୀ ଯିବା ପରେ ଅଞ୍ଛଳବାସୀ ଆଶ୍ୱସ୍ତି ପାଇଛନ୍ତି ।
