ଅଳିଆଗଦାରେ ମଣିଷର ଖଣ୍ଡବିଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗ, ପୋଲିସ୍ର ତଦନ୍ତ ଆରମ୍ଭ
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ୟୁନିଟ୍-୩ ଖାରବେଳନଗର ଅଞ୍ଚଳର ରାସ୍ତା ଉପରେ ପଡ଼ିଛି ମଣିଷର ଖଣ୍ଡବିଖଣ୍ଡିତ ଅଂଶ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।
ଅଳିଆଗଦାରୁ ମିଳିଲା ମଣିଷର ହାତ଼ ଓ ଗୋଡ଼ର ହାଡ଼ । ଅଳିଆଗଦାରୁ ମିଳିଲା ମଣିଷର ହାଡ଼ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ । ଶରୀରର ଖଣ୍ଡବିଖଣ୍ଡିତ ଅଂଶ ମହିଳାଙ୍କର ବୋଲି ସନ୍ଦେହ କରାଯାଉଛି । ଖାରବେଳ ନଗର ଠାରୁ ୩ଶହରୁ ୪ଶହ ମିଟର ଦୂର ତଥା ରାମ ମନ୍ଦିର ଛକ ଠାରୁ ମାତ୍ର ଶହେ ମିଟର ଦୂରରେ ଏହି ଘଟଣା ଘଟିଛି । ଖଣ୍ଡବିଖଣ୍ଡିତ ଶରୀରକୁ ନେଇ ପୋଲିସର ତଦନ୍ତ ଆରମ୍ଭ ।
