ବିଶିଷ୍ଟ ନାଟ୍ୟ ଅଭିନେତା ତଥା ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଯତୀନ୍ଦ୍ର ନାଥ ପରିଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ
ଜଳେଶ୍ୱର : ଗୋପୀମୋହନପୁର ପଂଚାୟତର ଛମୌଜ ଗ୍ରାମର ପ୍ରାକ୍ତନ ଶିକ୍ଷକ ତଥା ନାଟ୍ୟକାର ସ୍ୱର୍ଗତ ଯତୀନ୍ଦ୍ର ନାଥ ପରିଡାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଗ୍ରାମାଂଚଳ ବରିଷ୍ଠ ନାଗରିକ ପରିଷଦର ଉପସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟଅତିଥିଭାବେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଯୋଗ ଦେଇ ଯତୀନ୍ଦ୍ର ବାବୁଙ୍କ କର୍ମନିଷ୍ଠା, ନିସ୍ୱାର୍ଥ ସେବା, ଶିକ୍ଷାଦାନ, ଅନୁଷ୍ଠାନ ପ୍ରେମୀ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ, ଗଣେଶଚନ୍ଦ୍ର ପରିଡା, ଭାଗବତଚନ୍ଦ୍ର ପରିଡା, ଖଗେନ୍ଦ୍ରନାଥ ସାହୁ, ଉମେଶଚନ୍ଦ୍ର କର, କାର୍ତ୍ତିକ ଦାସ, ଫଣୀଭୂଷଣ ଭୂୟାଁ, ଯୋଗେଶଚନ୍ଦ୍ର ରାଉଳ, ରାମଚନ୍ଦ୍ର ସିଂ, ଗୀତାଞ୍ଜଳି ଦେ, ମନୋଜ ଭୂୟାଁ, ଶଶିକାନ୍ତ ପ୍ରଧାନ, ଶଙ୍କର୍ଷଣ ଭଂଜ, ଜଳଧର ଭଂଜ ପ୍ରମୁଖ ସ୍ୱର୍ଗତ ପରିଡାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଓଝା ସୂଚନା ପ୍ରଦାନ କରିଥିବା ବେଳେ ‘କର୍ମବୀର ଯତୀନ୍ଦ୍ରନାଥ‘ ସ୍ମରଣୀକା ବିତରଣ କରାଯାଇଥିଲା ।
