ବଢ଼ିଲା ଚିନ୍ତା ! ବାଲେଶ୍ୱର ଜିଲାରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ବାଲେଶ୍ୱର : ଓମିକ୍ରନ୍ ଭୟ ବଢ଼ିବାରେ ଲାଗିଛି । ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଗୋଟେ ପରେ ଗୋଟେ ରାଜ୍ୟ ତଥା ଜିଲାକୁ ମାଡ଼ି ଚାଲିଛି । ଏହି ପରିପ୍ରେକ୍ଷୀରେ ରବିବାର ବାଲେଶ୍ୱର ଜିଲାରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବାଲେଶ୍ୱର ଜିଲାର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସିମୁଳିଆ ବ୍ଲକ ପଣ୍ଡୁ ଅଞ୍ଚଳର । ଆକ୍ରାନ୍ତ ଜଣଙ୍କ ଓମାନ ଫେରନ୍ତା ବୋଲି ଜଣାଯାଇଛି । ତେବେ ସେଠାରୁ ସେ ଆକ୍ରାନ୍ତ ହୋଇଥିଲେ କିମ୍ବା ଆସିବା ରାସ୍ତାରେ ଆକ୍ରାନ୍ତ ହୋଇଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଅପରପକ୍ଷେ ତାଙ୍କ ସଂସ୍ପର୍ଶରେ ଆଉ କିଏ ଆସିଛନ୍ତି ତାହା ଚିନ୍ତାର କାରଣ ହୋଇଛି । ସୂଚନା ଯେ, କରୋନା ଓ ଓମିକ୍ରନ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲା ନଯିବାର ନିଷ୍ପତ୍ତି ନିଆଯାଇଛି । ସେହିପରି ପିକ୍ନିକ ଓ ମନ୍ଦିର ପରିସରରେ ଏକତ୍ରିତ ନହେବା ପାଇଁ ମଧ୍ୟ ନୀୟମ କରାଯାଇଛି । ତେବେ ରାଜନୈତିକ ସଭା ପାଇଁ ଏହି ନୀୟମ ଲାଗୁ କରାଯାଉନଥିବାର ଜଣାଯାଇଛି ।
