ପାଇଖାନା ଟାଙ୍କିରୁ ଆହତ ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ଯାଜପୁର : ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ଖଣ୍ଡରା ଗ୍ରାମ ରାଉଳ ସାହିରେ ଏକ ଅଭାବନୀୟ ଘଟଣା କ୍ରମରେ ପାଇଖାନା ଟାଙ୍କି ଭିତରେ ଖସିପଡ଼ି ଆହତ ହୋଇଥିବା ଏକ ଷଣ୍ଢକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନାମୁତାବକ ସୋମବାର ସକାଳ ପ୍ରାୟ ୮ ଘଟିକା ସମୟରେ ଖଣ୍ଡରା ରାଉଳସାହି ରାସ୍ତାରେ ଦୁଇଟି ଷଣ୍ଢ ଲଢ଼େଇ ଲାଗିଥିବା ବେଳେ ଗୋଟିଏ ଷଣ୍ଢ ପାଇଖାନା ଟାଙ୍କି ଉପର ଦେଇ ଦୌଡ଼ି ପଳାଇବାକୁଉଦ୍ୟମ କରିଥିଲା । ଟାଙ୍କି ଉପରେ ଥିବା ସ୍ଲାବ୍ଟି ଦୁର୍ବଳ ଥିବାରୁ ତାହା ଭାଙ୍ଗିଯିବା ଦ୍ୱାରା ଷଣ୍ଢଟି ପାଇଖାନା ଟାଙ୍କି ଭିତରେ ଖସି ପଡ଼ିଥିଲା । ଟାଙ୍କିର ଆକାର ସଂକୀର୍ଣ୍ଣ ଥିବାରୁ ଷଣ୍ଢଟି ଟାଙ୍କି ଭିତରେ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଫସି ରହି ଗୁରୁତର ଆହତ ହୋଇପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସୂଚନାରୁ ଯାଜପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ଚତୁରତାର ସହିତ ଷଣ୍ଢଟିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ଲୋକେ ଷଣ୍ଢଟିର ଚିକିତ୍ସା କରାଇଥିଲେ ।
