ଏପ୍ରିଲ ୧ରେ ରିଲିଜ୍ ହେବ ଫିଲ୍ମ ‘ଆଟାକ’
ମୁମ୍ବାଇ : ବଲିଉଡ ଅଭିନେତା ଜନ୍ ଅବ୍ରାହମ, ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଅଭିନୀତ ଫିଲ୍ମ ‘ଆଟାକ’ର ପ୍ରଥମ ପାର୍ଟ ଚଳିତବର୍ଷ ଏପ୍ରିଲ ୧ ତାରିଖରେ ସିନେମାହଲରେ ମୁକ୍ତିଲାଭ କରିବ ।
ନିକଟରେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଥିଲେ ଜନ୍ । ସୋସିଆଲ ମିଡିଆ ଜରିଆରେ ଜନ୍ ତାଙ୍କ ଫ୍ୟାନ୍ସମାନଙ୍କୁ ଏନେଇ ସୂଚନା ଦେଇଥିଲେ । ଫିଲ୍ମର ରିଲିଜ ତାରିଖ ଘୋଷଣା ପରେ ଏବେ ଜନ୍ ଏକ ନୂତନ ପୋଷ୍ଟର ଜାରି କରିଛନ୍ତି । ଯେଉଁଥିରେ ସେ ଖୁବ୍ ଦମଦାର୍ ଅବତାରରେ ନଜର ଆସୁଛନ୍ତି । ତାଙ୍କର ଏହି ଲୁକ୍ କୁ ଖୁବ୍ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ପୋଷ୍ଟର ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି , ଆଟାକ୍ ପାଇଁ ପ୍ରସ୍ତୁତ ହୋଇଯାଅ । ୨୦୨୨ ଏପ୍ରିଲ ୧ରେ ଆଟାକ ପାର୍ଟ ୧ ସିନେମା ହଲରେ ବିଶ୍ୱବ୍ୟାପି ରିଲିଜ୍ କରାଯିବ ।
