ଭୁଲିଗଲେ ସମ୍ପର୍କ ! ବାପାଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଲେ ଦୁଇପୁଅ
ସୁନ୍ଦରଗଡ଼ : ଭୁଲିଗଲେ ସମ୍ପର୍କ । ବାପାଙ୍କ ଅନାବିଳ ସ୍ନେହ ପିତା ଲାଗିଲା । ଦୁଇପୁଅ ବାପାଙ୍କୁ ଗୋଡେଇ ଗୋଡେଇ କାଠ ଫାଳିଆରେ ପିଟି ପିଟି ମାରିଦେଲେ । ଏଭଳି ଅମାନୁଷିକ ଘଟଣା ଘଟିଛି ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣୀବେରନା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ମାଙ୍ଗରା ଭୂମି। ପୁଲିସ ଦୁଇ ପୁଅ ଶିବନାଥ ଭୂମି ଓ ଗୌରାଙ୍ଗ ଭୂମିଙ୍କୁ ଅଟକ ରଖି ପଚରଉଚରା କରୁଛି।
ଗତକାଲି ରାତିରେ କୌଣସି କଥାକୁ ନେଇ ମାଙ୍ଗରା ଓ ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଶିବରାମ ଓ ଗୌରାଙ୍ଗ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗା ଆଣି ବାପାଙ୍କୁ ପଟିପିଟି ହତ୍ୟା କରିଥିଲେ। ପରେ ମୃତଦେହ ଉପରେ ସ୍କୁଟି ଚଢାଇଦେଲେ । ଦୁଇ ପୁଅ ମଧ୍ୟରେ ଜଣେ ନାବାଳକ । ଘଟଣାସ୍ଥଳରୁ ଦୁଇ ପୁଅ ଫେରାର ହୋଇଯାଇଛନ୍ତି । ଚାନ୍ଦିପୋଷ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି।
