ପାନୀୟ ଜଳ ପ୍ରକଳ୍ପ ଏବଂ ପାଠାଗାର ଲୋକାର୍ପିତ
ସୋର : ସୋର ବ୍ଲକ ନଟାପଡ଼ା ପଞ୍ଚାୟତରେ ଏକ ପାନୀୟ ଜଳ ପ୍ରକଳ୍ପ ସହ ଏକ ପାଠାଗାର ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଲୋକାର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ସୋର ବ୍ଲକ ଅଧକ୍ଷା ଅନସୂୟା ମଳିକ ଯୋଗଦେଇଥିଲେ । ଏହି ପଞ୍ଚାୟତର ଆମ୍ବଗଡିଆ ଗ୍ରାମରେ ୩୦ ହଜାର ଲିଟର ବିଶିଷ୍ଟ ପାଣିଟାଙ୍କିକୁ ପ୍ରଥମେ ବିଧାୟକ ଶ୍ରୀ ଧଡ଼ା ଉଦଘାଟନ କରିବା ସହିତ ଏହି ପ୍ରକଳ୍ପ ଦ୍ୱାରା ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର ହେବା ସହିତ ଆଖପାଖର ଅôଦବାସୀମାନେ ଉପକୃତ ହେବେ ବୋଲି କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମ୍ମରେ ଜିଲା ପରିଷଦ ସଭ୍ୟ ଜୟନ୍ତ ସ୍ୱାଇଁ, ସରପଞ୍ଚ ସନ୍ଧ୍ୟାରାଣୀ ପଣ୍ଡା, ସମିତି ସଭ୍ୟା ଅନୁପମା ଜେନା, ପଞ୍ଚାୟତ ବିଜେଡି ସଭାପତି ଉମାକାନ୍ତ ଖଟୁଆ, ଦୀପ୍ତିକାନ୍ତ ପଣ୍ଡା, ପ୍ରସନ୍ନ ଜେନା, ପ୍ରଦୀପ ମିଶ୍ର, ପ୍ରଦୀପ ସାହୁ, ତରୁଣ ସାହୁଙ୍କ ଏବଂପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହରିହର ମହାନ୍ତି, ବିଭାଗୀୟ କନିଷ୍ଟ ଯନ୍ତ୍ରୀ ସ୍ମରଣିକା ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହାପରେ ବିଧାୟକ ଶ୍ରୀ ଧଡ଼ା ରାଧାବଲ୍ଲଭପୁର ଗ୍ରାମର ଲଷ୍ମୀପୂଜା ମଣ୍ଡପ ନିକଟରେ ଶ୍ରୀଅରବିନ୍ଦ ପାଠାଗାରର ଉଦ୍ଘାଟନ କରିଥିଲେ ।
