ଆରଆଇ ପରୀକ୍ଷାରେ ହୋଇଥିବା ତ୍ରୁଟିକୁ ସଂଶୋଧନ କଲା ଜିଲା ପ୍ରଶାସନ
ବଲାଙ୍ଗୀର : ରାଜ୍ୟରେ ରବିବାର ଓଏସଏସଏସସି ପକ୍ଷରୁ ଆରଆଇ ପରୀକ୍ଷା ଅନୁଷ୍ଠିତ ହେଉଛି । ମାତ୍ର ଏହି ପରୀକ୍ଷାରେ ବଲାଙ୍ଗୀର ଜିଲା ବ୍ୟାପକ ଅନିୟମିତତା ନେଇ ଦେଖିବାକୁ ମିଳିଛି । ଭୁଲ୍ ଠିକଣା ଲାଗି ପରୀକ୍ଷାରୁ ୩୩ ଆଶୀୟୀଙ୍କୁ ବାଦ୍ ପଡିଥିବା ନେଇ ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ସଂଗେ ସଂଗେ ଏନେଇ ଜିଲା ପ୍ରଶାସନ ୩୩ ଆଶୀୟୀଙ୍କ ପାଇଁ ବ୍ୟବସ୍ଥା କରିଥିଲେ । ଏନେଇ ଜିଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ସୂଚନା ଯେ, ରବିବାର ସକାଳେ ଆରଆଇର ତୃଟିପୂର୍ଣ୍ଣ ଆଡିମିଟ୍ କାର୍ଡ ଯୋଗୁଁ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ପରିବର୍ତ୍ତେ ଟିଟିଲାଗଡ ସରକାରୀ ମହିଳା ମହାବିଦ୍ୟାଳୟରେ ପହଞ୍ଚିଥିଲେ କିଛି ପରୀକ୍ଷାର୍ଥୀ। ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚିବା ପରେ ଆଡମିଟ୍ କାର୍ଡରେ ଭୁଲ୍ ପରୀକ୍ଷା କେନ୍ଦ୍ର ଉଲ୍ଲେଖ କରାଯାଇଥିବା ଜାଣିପାରିଥିଲେ। ଏହାପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।ଖବର ପାଇ ଟିଟିଲାଗଡ଼ ଉପଜିଲାପାଳ ମନୋଜ ମହାଜାନ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ଗୋଟିଏ ବସ୍ ଭଡ଼ା କରି ବଲାଙ୍ଗିର ପହଞ୍ଚାଇବାକୁ ବ୍ୟବସ୍ଥା କରିଥିଲେ । ବସରେ ପ୍ରାୟ ୩୩ଜଣ ଛାତ୍ରଛାତ୍ରୀ ବଲାଙ୍ଗିର ମହିଳା ମହାବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଯାଉଥିଲେ l ହେଲେ ସିକେର ଗାଁରୁ ସେମାନେ ଫେରିଆସି ଟିଟିଲାଗଡ଼ ଠାରେ ନିଜର ଆଡମିଡ଼ କାର୍ଡ ଚିରି ହୋହଲ୍ଲା କରିଥିଲେ । ପରେ ଜିଲାପାଳ ଚଞ୍ଚଳ ରାଣା ଟିଟିଲାଗଡ଼ରେ ହିଁ ପରୀକ୍ଷା ବ୍ୟବସ୍ଥା କରାଇ ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଦୁଇଟି ପର୍ଯ୍ୟାୟରେ ସେଠାରେ ପରୀକ୍ଷା ବ୍ୟବସ୍ଥା କରାଯାଇଛି।
