ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକଙ୍କ ମାତୃ ବିୟୋଗ, ଅଞ୍ଚଳରେ ଶୋକର ଛାୟା
ନୀଳଗିରି : ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ଅଞ୍ଚଳର କାନପୁର ଗ୍ରାମର ଜଣେ ଧର୍ମପରାୟଣା, ଶାନ୍ତ, ଶରଳ, ଦରଦୀ, ହୃଦୟବାନ ମହିଳାଙ୍କର ଗତ ଶନିବାର ରାତିରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍ଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା । ସମ୍ପୃକ୍ତ ବୃଦ୍ଧାଙ୍କ ନାମ ବ୍ରଜମଣୀ ପଟ୍ଟନାୟକ ।
ସେ ସ୍ୱର୍ଗତ ମହେନ୍ଦ୍ର ନାଥ ପଟ୍ଟନାୟକଙ୍କ ସହଧର୍ମିଣୀ ଏବଂ ନୀଳଗିରିରେ ଜଣାଶୁଣା ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ ଓ ଶିଳ୍ପ ବିଭାଗର ଅବସରପ୍ରାପ୍ତ ଅଧିକାରୀ ଧ୍ୟାନେନ୍ଦ୍ର ପଟ୍ଟନାୟକଙ୍କ ମାତା ଥିଲେ । ମୃତ୍ୟୁ ସମୟରେ ତାଙ୍କର ଦୁଇପୁତ୍ର, ପୁତ୍ରବଧୂ, ନାତିନାତୁଣୀ, ଦୁଇଝିଅ ଓ ଜ୍ୱାଇଁ ମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହ ବହୁ ବ୍ୟକ୍ତି ତାଙ୍କ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରକାଶଥାଉକି ଗତବର୍ଷ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ସେ ଏହାକୁ ପରାସ୍ତ କରି ଉକ୍ତ ଅଞ୍ଚଳରେ ଚର୍ଚ୍ଚିତା ଥିଲେ ।
