ଧର୍ମପରାୟଣା ସମାଜସେବୀ ମହିଳାଙ୍କ ପରଲୋକ
ସୋର : ସୋରର ପ୍ରସିଦ୍ଧ ଚିତ୍ର ଶିଳ୍ପୀ ତଥା କଳାଘରର ନିର୍ଦେଶକ ରାଜବଲ୍ଲଭ ସାହୁଙ୍କର ଶାଶୂ ସମାଜସେବୀ ବ୍ରଜେଶ୍ୱରୀ ଦଣ୍ଡପାଟଙ୍କର ୮୩ ବର୍ଷ ବୟସରେ ଦିଲ୍ଲୀର ଏକ ଘୋରାଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । କିଛିଦିନ ତଳେ ତାଙ୍କୁ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାଣରୁ ତାଙ୍କ ଦିଲ୍ଲୀ ନିଅଯାଇ ଚିକିତ୍ସା କରାଯାଉଥିଲା । ବାଲେଶ୍ୱର ଜିଲା ବସ୍ତା କୁଠିଆ ଗ୍ରାମର ପୂର୍ବତନ ଶିକ୍ଷାଧିକାରୀ ସ୍ୱର୍ଗତ ହୃଦାନନ୍ଦ ଦଣ୍ଡପାଟଙ୍କ ପତ୍ନୀ ଅଟନ୍ତି । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ହୋଇଥିବା ବେଳେ ଏକାଧିକ ସ୍କୁଲ ପ୍ରତିଷ୍ଠା କରିବା ସହିତ ଅନେକ ଜନହିତକାରୀ କାର୍ଯ୍ୟରେ ଲିପ୍ତ ରହୁଥିଲେ । ତାଙ୍କର ମୃତ୍ୟୁ ସମୟରେ କନିଷ୍ଟପୁତ୍ର ରବୀନ୍ଦ୍ର ;ବୋହୂ ବବିତା, ନାତୁଣୀ ରିଆ, ନାତୁଣୀ ଜ୍ୱାଇଁ ଜିତେନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଆଜି ତାଙ୍କର ମଡତଦେହକୁ ଦିଲ୍ଲୀଠାରେ ଅନ୍ତିମ ସତ୍କାର କରାଯାଇଛି । ପୁତ୍ର ରବୀନ୍ଦ୍ର ମୁଖାଗ୍ନି ଦେଇଛନ୍ତି । ତାଙ୍କ ଖବର ପାଇଁ ସୋରେ ଏବଂ ବସ୍ତା ଅଞ୍ଚଳରୁ ବହୁ ମାନଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
