ଦେଶର ଲଞ୍ଚ ହେଲା ଶସ୍ତା ସିଏନଜି କାର୍, ବାଇକ ଭଳି ଦେବ ମାଇଲେଜ୍ !
ମୁମ୍ବାଇ : ମାରୁତି ସୁଜୁକି ଅପଡେଟ୍ ହୋଇଥିବା ସେଲେରିଓର ସିଏନଜି ମଡେଲକୁ ଲଞ୍ଚ କରିଛି । ଏହା ଭାରତୀୟ ବଜାରରେ ସବୁଠାରୁ ଇନ୍ଧନ ଦକ୍ଷ ପେଟ୍ରୋଲ କାର ବୋଲି ବିବେଚନା କରାଯାଏ । ମାରୁତି ସେଲେରିଓ ବର୍ତ୍ତମାନ ସେହି କ୍ରେତାମାନଙ୍କ ପାଇଁ ଏକ ଭଲ ବିକଳ୍ପ ହେବ ଯେଉଁଠାରେ ସିଏନଜି ସହଜରେ ଉପଲବ୍ଧ ।
କମ୍ପାନୀ କାରରେ କେବଳ ଗୋଟିଏ ପରିବର୍ତ୍ତନ କରିଛି ଏବଂ ସେଥିରେ ଏକ ସିଏନଜି ଟ୍ୟାଙ୍କ ଲଗାଯାଇଛି । ସେଲେରିଓ ସିଏନଜିର ମାଇଲେଜ୍ ୩୫ .୬୦ କିମି ବୋଲି କମ୍ପାନୀ ଦାବି କରିଛି। ସେଲେରିଓ ର ଆକାର ବିଷୟରେ କହିବାକୁ ଗଲେ ଏହାର ଲମ୍ବ ୩,୬୯୫ ମିମି, ମୋଟେଇ ୧,୬୫୫ ମିମି, ଉଚ୍ଚତା ୧,୫୫୫ ମିମି ଏବଂ ଚକର ବେସ୍ ୨,୪୩୫ ମିମି । ସେଲେରିଓ ସିଏନଜିର ଏକ୍ସ-ଶୋ’ରୁମ୍ ମୂଲ୍ୟ ୬.୫୮ ଲକ୍ଷ ଟଙ୍କା ରଖାଯାଇଛି । ତେବେ ମାରୁତିର ସେଲେରିଓ ଟାଟାର ଟିଆଗୋ ଏବଂ ସାଣ୍ଟ୍ରୋକୁ କଡା ଟକ୍କର ଦେବ ।
