ଆଜିଠାରୁ କୋୱିନ ଆପ ମାଧ୍ୟମରେ ଘରୋଇ ହସ୍ପିଟାଲରେ ମିଳିବି କରୋନା ଟିକା
ନୂଆଦିଲ୍ଲୀ : ଆଜିଠାରୁ କୋୱିନ୍ ଆପ୍ ଜରିଆରେ ଘରୋଇ ହସ୍ପିଟାଲଗୁଡିକୁ କୋଭିଡ୍ ଟିକା ମିଳିବ ବୋଲି ସୂଚନା ମିଳିଛି । ସେଥିଲାଗି କୋୱିନ ଆପରେ ସ୍ବତନ୍ତ୍ର ସ୍ଲଟ ଉପଲବ୍ଧ ରହିବ। ନ୍ୟାସନାଲ ହେଲଥ୍ ଅଥରିଟି ପୋର୍ଟାଲ ଜରିଆରେ ସେମାନେ ଏହାର ମୂଲ୍ୟ ପୈଠ କରିବେ ବୋଲି କୁହାଯାଇଛି ।
ଘରୋଇ ହସ୍ପିଟାଲଗୁଡିକ ନିର୍ମାତା କମ୍ପାନୀଙ୍କ ନିକଟରୁ ସିଧାସଳଖ କୋଭିଡ୍ ଟିକା କିଣିପାରିବେ ନାହିଁ । କୋଭିଡ୍ ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ କୋୱିନ୍ ଆପ୍ ପ୍ରସ୍ତୁତ କରାଯାଇଛି । ସେହି ଆପ ସ୍ୱଚ୍ଛ ଓ ସହଜ ପ୍ରଣାଳୀ ହୋଇଥିବାରୁ ଘରୋଇ ହସ୍ପିଟାଲଗୁଡିକୁ ଟିକା ସଂଗ୍ରହ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ତ୍ତମାନ ଦେଶରେ ପ୍ରସ୍ତୁତ ହେଉଥିବା ଟିକାର ୭୫ ପ୍ରତିଶତ ସରକାରଙ୍କ ହେପାଜତକୁ ଯାଉଥିବାବେଳେ ଅବଶିଷ୍ଟ ୨୫ ପ୍ରତିଶତ ଘରୋଇ ହସ୍ପିଟାଲଗୁଡିକୁ ବିକ୍ରି କରାଯାଉଛି ।
