କର୍ଣ୍ଣାଟକ ବିଧାନସଭାରେ ରାତିସାରା ଧାରଣା ଦେଲେ କଂଗ୍ରେସ ବିଧାୟକ
କର୍ଣ୍ଣାଟକ: କଂଗ୍ରେସ ବିଧାୟକମାନେ ଗୁରୁବାର କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତ ରାଜମନ୍ତ୍ରୀ କେ.ଏସ୍ .ଶ୍ୱରପ୍ପାଙ୍କୁ ବରଖାସ୍ତ କରିବା ସହ ଜାତୀୟ ପତାକା ସମ୍ପର୍କରେ ତାଙ୍କ ବିବୃତ୍ତି ସମ୍ପର୍କରେ ଏକ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ଦାବି କରିଛନ୍ତି । କଂଗ୍ରେସ ବିଧାୟକଙ୍କ ବିରୋଧ କ୍ରମାଗତ ଦ୍ୱିତୀୟ ଦିନ ଉଭୟ ଗୃହର ପ୍ରକ୍ରିୟାକୁ ଥରାଇ ଦେଇଛି । ଇଶ୍ୱରପ୍ପା ଇସ୍ତଫା ଦାବିରେ ଗୁରୁବାର ରାତିସାରା ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା । କଂଗ୍ରେସ ବିଧାୟକମାନେ ଏଠାରେ ଏକ ନିଆରା ଢଙ୍ଗରେ ବିରୋଧ କରିଥିଲେ । ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ପଞ୍ଚାୟତିରାଜ ରାଜ କେ.ଏସ ଇଶ୍ୱରପ୍ପାଙ୍କ ଲାଲ କିଲ୍ଲାରେ ଗେରୁଆ ପତାକା ଉତ୍ତୋଳନ କରିବା ଟିପ୍ପଣୀ ନେଇ ଏହି ବିରୋଧ ପ୍ରଦର୍ଶନ ହୋଇଛି । ଇଶ୍ୱରପ୍ପା ଦାବି କରଥିଲେଯେ, ଭବିଷ୍ୟତରେ କେବଳ ଗେରୁଆ ପତାକା ଜାତୀୟ ପତାକା ହୋଇପାରିବ । ତାଙ୍କ ମନ୍ତବ୍ୟକୁ ରାଷ୍ଟ୍ର ବିରୋଧୀ ବୋଲି ବର୍ଣ୍ଣନା କରି କଂଗ୍ରେସ ବିଧାୟକମାନେ ବିଧାନସଭାରେ ହଙ୍ଗାମା ଆରମ୍ଭ କରିଥିଲେ ।
#WATCH | Bengaluru: Congress MLAs protest overnight in Karnataka Assembly demanding State Minister KS Eshwarappa's resignation over his saffron flag remark
— ANI (@ANI) February 17, 2022
(Video source: Congress) pic.twitter.com/tgA2wwTQuG
ଏହି ସମୟରେ, ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏବଂ ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡେ ମଧ୍ୟ ଗୃହର ପ୍ରକ୍ରିୟାକୁ ସୁରୁଖୁରୁରେ ଚଳାଇବାରେ ସହଯୋଗ ପାଇଁ ବିରୋଧୀଙ୍କୁ ନିବେଦନ କରିଥିଲେ କିନ୍ତୁ ଉତ୍ତେଜନା ଥମି ନ ଥିଲା । ଏହାପରେ ଗୃହ ସ୍ଥଗିତ ରଖାଯାଇଥିଲା । ପରେ ବିଧାନସଭା ସ୍ଥଗିତ ହେବାରୁ ବିରୋଧୀ ଦଳର ନେତାମାନେ ତକିଆ ଓ କମ୍ବଳ ଧରି ବିଧାନସଭାରେ ପହଞ୍ଚି ସେଠାରେ ରାତି ବିତାଇ ବିରୋଧ କରିଥିଲେ । ଏହି ସମୟରେ ବାଚସ୍ପତି ସମସ୍ତ ନେତାଙ୍କ ଖାଦ୍ୟ ପାଇଁ ବ୍ୟବସ୍ଥା କରିଥିଲେ ।
