ସରିଲା କଣ୍ଟାବଣିଆ-ପତିରାଜପୁର ରାସ୍ତା ନିର୍ମାଣ ଆସନ୍ନ ବିପଦକୁ ନେଇ ବଢିଲା ଯାତ୍ରୀଙ୍କ ଚିନ୍ତା
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର ଗୋଳିହା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର କଣ୍ଟାବଣିଆ ଠାରୁ ପତିରାଜପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିକଟରେ ଶେଷ ହୋଇଛି । ହେଲେ ପତିରାଜପୁର ଦୋଳ ମେଳନକୁ ଦୃଷ୍ଟିରେ ନରଖି ବେପରୁଆ ଭାବେ ଅଣଓସାରିଆ ରାସ୍ତା ନିର୍ମାଣ ଯୋଗୁଁ ଯାତ୍ରୀଙ୍କ ଦୁର୍ଘଟଣାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । ଆସନ୍ନ ବିପଦକୁ ନେଇ ଯାତ୍ରୀମାନଙ୍କ ଚିନ୍ତା ବଢିବାରେ ଲାଗିଛି । ଏହି କଂକ୍ରିଟ ରାସ୍ତାଟି ର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ଉକ୍ତ ରାସ୍ତା ଟି ପ୍ରସିଦ୍ଧ ପତିରାଜପୁର ଦୋଳମେଳନ ପଡିଆକୁ ସଂଯୋଗ କରୁଥିବାରୁ ପ୍ରତ୍ୟେକ ବର୍ଷ ଫାଲଗୁନ ପୁର୍ଣ୍ଣମୀ ଠାରୁ ୧ମାସ ଧରି ଏହି ରାସ୍ତାରେ ଶହ ଶହ ସଂଖ୍ୟାର ଗାଡି ମଟର ବିଶେଷ ଭାବେ ଯାତ୍ାୟାତ କରୁଥିବା ବେଳେ ବର୍ଷ ତମାମ ଯାତ୍ରୀବହୁଳ ରାସ୍ତା ହୋଇଥିବାରୁ ଏହାକୁ ଓସାରିଆ କରିବାକୁ ଦାବୀ କରାଯାଇଥିଲା । ନିକଟରେ ୨୨ଲକ୍ଷ ଟଙ୍କା ବ୍ୟୟରେ ରାସ୍ତାର ପୁନଃନିର୍ମାଣ କରାଯାଇଥିବା ବେଳେ ଯାତୟାତ ଉପଯୋଗୀ ହେବା ବଦଳରେ ବିପଦ ସଂକୁଳ ହୋଇ ପଡିଛି । ୨ପାଶ୍ୱର୍ରେ ମାଟି ଫିଲିଂ କରାଯାଇନଥିବାରୁ କଂକ୍ରିଟ ଧାରରେ ପଡି ଯାତ୍ରୀ ମୃତାହତ ହେବା ନେଇ ରାସ୍ତା ଦେଇ ଯାତାୟାତ କରୁଥିବାସିଂହିପୁର, ମୁସ୍ତଫାବାଦ, ଦାମୋଦରପୁର, ସାରଡାଙ୍ଗ,ଆମ୍ବଗଡିଆ, ଭୋଗୁପୁର,ଅଲିପୁର ଇତ୍ୟାଦି ଗ୍ରାମର ଅଧିବାସୀ ତଥା ଦୁରଦୁରାନ୍ତରୁ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ମାର୍ଚ୍ଚମାସକୁ ଦୃଷ୍ଟିରେ ରଖି କେବଳ ଯନ୍ତ୍ରୀ ମାନେ ଭଲ ଆୟ ପାଇଁ ତରବିରିଆ ଭାବେ ରାସ୍ତାକୁ ଅଣ ଓସାରିଆ କରି ୨୨ଲକ୍ଷ ଚଳୁ କରିବାକୁ ଏହା ଏକ ମସୁଧା ବୋଲି ଯାତ୍ରୀ ମାନେ କହିବାକୁ ପଛାଇ ନାହାଁନ୍ତି ।ପାଖାପାଖି କାର୍ଯ୍ୟ ସରିଥିବା ୯ଶହ ମିଟର ରାସ୍ତାକୁ ଗୋଟିଏ ପଟେ ଅଣ ଓସାରିଆ କରାଯିବା ଓ ଅନ୍ୟପଟେ ଏଷ୍ଟିମେଟରେ ମାଟିଂ ରଖାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । କୌଣସୀ ଅପ୍ରତିକର ପରିସ୍ଥିତି ପାଇଁ ଉଭୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସଂପୃକ୍ତ ଠିକାଦାର ଦାୟି ରହିବେ ବୋଲି ଯାତ୍ରୀମାନଙ୍କ ତରଫରୁ କୁହାଯାଇଛି । ଏ ସମ୍ପର୍କରେ ନିର୍ବର୍ାହୀ ଯନ୍ତ୍ରୀ ପ୍ରତିକାନ୍ତ ସାମଲଙ୍କୁ ଯୋଗାଯୋଗ କରାଯିବାରେ ରାସ୍ତା ଅବସ୍ଥା ସମ୍ପର୍କରେ ଖବରନେବା ପରେ ଯାହା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
