ବାଲେଶ୍ୱର : ‘ହେଲପିଙ୍ଗ ସୋସାଇଟି’ ପକ୍ଷରୁ “ବସ୍ତ୍ର” ଅଭିଯାନ ଆରମ୍ଭ
- ଗରିବ ଓ ଅସହାୟଙ୍କୁ ବସ୍ତ୍ର ଏବଂ ମାସ୍କ ବଣ୍ଟନ
ବାଲେଶ୍ୱର : ବାଲେଶ୍ୱର ଜିଲାର ଏକ ସାମାଜିକ ଅନୁଷ୍ଠାନ ‘ହେଲପିଙ୍ଗ ସୋସାଇଟି’ ପକ୍ଷରୁ ଗରିବ ଏବଂ ରାସ୍ତା ପାର୍ଶ୍ୱରେ ଜୀବନ ବିତାଉଥିବା ଅସହାୟ ଲୋକଙ୍କୁ ବସ୍ତ୍ର ଯୋଗାଇ ଦିଆଯାଉଛି। ଅନୁଷ୍ଠାନର ସଭାପତି ହ୍ରିତିକ୍ ନାୟକଙ୍କ ଆହ୍ୱାନ କ୍ରମେ ଜୁନ୍ ୩ ତାରିଖରେ “ବସ୍ତ୍ର” ଅଭିଯାନ ଆରମ୍ଭ କରାଯାଇଛି। ମହାମାରୀ କରୋନା ଏବଂ ବାତ୍ୟା ‘ୟାସ୍’ ସମୟରେ ଗରୀବ ଓ ଅସହାୟ ଲୋକ ଖାଦ୍ୟ ଏବଂ ବସ୍ତ୍ର ପାଇଁ ଦୁଃଖରେ ଦିନ କାଟୁଛନ୍ତି, ଏହାକୁ ଦୃଷ୍ଟିରେ ରଖି ‘ହେଲପିଙ୍ଗ ସୋସାଇଟି’ର ସ୍ଵେଚ୍ଛାସେବୀ ମାନେ ପୁରୁଣା ବସ୍ତ୍ରକୁ ସଂଗ୍ରହ କରି ତାକୁ ଭଲଭାବରେ ସଫାକରି ଶୁଖାଇ ଆଇରନ କରି ସେମାନଙ୍କୁ ଯୋଗାଉଛନ୍ତି ।
ଏହି ପରିପ୍ରେକ୍ଷୀରେ ରେଳ ଷ୍ଟେସନ ସାମ୍ନାରେ ଥିବା ଗରିବ ଅସହାୟ ଲୋକଙ୍କୁ କୋଭିଡ ନିୟମ ପାଳନ ପୂର୍ବକ ବସ୍ତ୍ର ଏବଂ ମାସ୍କ ବଣ୍ଟନ କରାଯାଇଛି। ଅନ୍ୟପକ୍ଷରେ ପୁରୁଣା ବସ୍ତ୍ର ଦାନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୋସାଇଟି ପକ୍ଷରୁ ଦିଆଯାଇଥିବା ମୋବାଇଲ ନମ୍ବର ଯଥା ୭୦୦୮୬୩୨୫୫୨, ୮୦୯୩୪୬୪୪୯୪ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ସୋସାଇଟିର ଉପସଭାପତି ସେଖ୍ ନାଜିମ୍, ରଜତ ଘଡେ଼ଇ, ଅରୁପ ଜେନା, କିରଣ ଜ୍ୟୋତି ମଣ୍ଡଳ, ଜ୍ୟୋତି ପ୍ରକାଶ ରାଉତ, ଏସ.ବି. ସିମ୍ରନ୍, ଆଶିଷ ବେହେରା, ଜୀବନ ସଂଗ୍ରାମ ମିଶ୍ର, ଶୁଭଙ୍କର ରାଉଳ, ସଞ୍ଜୟ ଦାସ୍, ସୋନାଲି ପଣ୍ଡା, ସୁଧାଂଶୁ ବାରିକ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


