ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଯାଜପୁର ପୁସ୍ତକ ମେଳାର ଚୁଡ଼ାନ୍ତ ବୈଠକ
ଯାଜପୁର : ଯାଜପୁର ପୁସ୍ତକ ମେଳାର ଚୁଡ଼ାନ୍ତ ବୈଠକ ସର୍କିଟ ହାଉସ ଯାଜପୁର ଠାରେ ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଡଃ କାହ୍ନୁ ଚରଣ ମିଶ୍ର ଓ ଉପସଭାପତି ବିଭୂତିଭୂଷଣ ମହାପାତ୍ର ପୁସ୍ତକ ମେଳାର ୮ଦିନ କାର୍ଯ୍ୟକ୍ରମ ଚୁଡ଼ାନ୍ତ କରିଥିଲେ । ସାଂସ୍କୃତିକ ସମ୍ପାଦକପାଣ୍ଡବ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ସମ୍ପର୍କରେ ପରିପ୍ରକାଶ କରିଥିଲେ । ପ୍ରତିଦିନ କୁଇଜ୍ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କର ହେବା ସଙ୍ଗେ ସଙ୍ଗେ ସଭାର ପ୍ରାରମ୍ଭିକ ସ୍ୱାଗତ ନୃତ୍ୟ ଓ ସଂଗୀତ ପରିବେଷଣ କରାଯିବ । ପ୍ରତ୍ୟେକ ଦିନ ସଭା ପରେ ଗୋଟିଏ ଅନୁଷ୍ଠାନର ନାଟକ ଓ କଳା ପ୍ରଦର୍ଶନ କରିବେ ବୋଲି ସ୍ଥିର କରାଯାଇଛି । ଏହି କାର୍ଯ୍ୟ ସୂଚି ନିମନ୍ତେ ବିରଜା କଲ୍ଚର ଡ୍ୟାନ୍ସ ସ୍କୁଲ, ଆହ୍ୱାନ ଗୋଖନା, ଅନ୍ୱେଷଣ ଥିଏଟର ଗ୍ରୁପ ବେଲାରପୁର, କଳିଙ୍ଗ ଭାରତୀ ଫକ୍ସ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ ଦଶରଥପୁର, ଡିଏଭି ଡ୍ୟାନ୍ସ ସ୍କୁଲ କୁଆଁସରପୁର, ଦେବୀ ଡ୍ୟାନ୍ସ ଗ୍ରୁପ ଯାଜପୁର ରୋଡ଼, ଦଶରଥପୁର ସାହିତ୍ୟ ପରିଷଦ, ପ୍ରତିକ ଡ୍ୟାନ୍ସ ଗ୍ରୁପ ଆଣ୍ଡ ମ୍ୟୁଜିକାଲ୍ ନାଇଟ୍, ଅନ୍ମୋଲ ସଂଗୀତ ଭୁବନେଶ୍ୱର, ସତ୍ୟ ଆର୍ଟ କଲ୍ଚର ମଲ୍ଟି ଟ୍ୟାଲେଣ୍ଟ ଯାଜପୁର, କୈଳାସ ବେହେରା ଓ ସାଥି, ଯାଜପୁର ପ୍ରମୁଖ ସଂସ୍ଥା ବ୍ୟକ୍ତି ବିଶେଷ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଡିସେମ୍ବର ତା ୨୪ ରିଖରେ ଓଡ଼ିଶୀ ନୃତ୍ୟ, ୨୫ ତାରିଖରେ ଚିତ୍ରାଙ୍କନ, ୨୮ ତାରିଖରେ ଓଡ଼ିଆ ବକ୍ତୃତା ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା ହେବା ପାଇଁ ସ୍ଥିର କରାଯାଇଛି । ଉକ୍ତ ବୈଠକରେ କେତେକ ସାଂସ୍କୃତି ଅନୁଷ୍ଠାନର ମୁଖ୍ୟ ଉପସ୍ଥିତ ରହିବା ସହିତ ଫୋନ୍ ମାଧ୍ୟରେ ଅନ୍ୟ ଅନୁଷ୍ଠାନ ମାନଙ୍କ ସହିତ ଯୋଗଯୋଗ କରି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସର୍ବ ଶେଷରେ ସାଂସ୍କୃତିକ ସମ୍ପାଦକ ପାଣ୍ଡବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
