ଯାଜପୁରରେ ଆନ୍ତର୍ଜାତିକ କ୍ରାଫ୍ଟ ମେଳାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଯାଜପୁରରେ ଆନ୍ତର୍ଜାତିକ କ୍ରାଫ୍ଟ ମେଳାର ଉଦଘାଟନ କରିଛନ୍ତି । ଭାର୍ଚୁଆଲ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ଓଡିଶାର ପୁରାତନ ରାଜଧାନୀ ଥିଲା । ଏଠାରେ ଧାର୍ମିକ ପର୍ଯ୍ୟଟନ, ସହରୀ ପର୍ଯ୍ୟଟନ ଓ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଥିବାରୁ ଯାଜପୁର ଏକ ବଡ ଟୁରିଷ୍ଟ ହବ ହେବାର ସମସ୍ତ ସମ୍ଭାବନା ରହିଛି । ଏହି କ୍ରାଫ୍ଟ ମେଳାରେ ୧୫ଟି ଦେଶର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି ।
