ଏନଏଫଏସଏ ରାସନ କାର୍ଡ ଜାରି ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ଲାଗି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ରର ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ : ସମ୍ପ୍ରତି କୋଭିଡ-୧୯ ମହାମାରୀ ପରିସ୍ଥିତିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଜନସଂଖ୍ୟାର ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ôଥକ ଦୁର୍ବଳ ଶ୍ରେଣୀ ମଧ୍ୟରୁ ସମସ୍ତ ଯୋଗ୍ୟ ମନୋନୀତ ଲୋକଙ୍କ ସାମିଲକୁ ସୁନିଶ୍ଚିତ କରିବା ଜରୁରି ହୋଇପଡ଼ିଛି । ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ଉଭୟ ସହର ଓ ଗ୍ରାମାଂଚଳରେ ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକଙ୍କ ନିକଟରେ ପହଂଚି ସେମାନଙ୍କୁ ଚିହ୍ନଟ କରିବା ଏବଂ ଏନଏଫଏସଏ ରାସନ କାର୍ଡ ଜାରି ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ନିମନ୍ତେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳକୁ ୨୦୨୧ ଜୁନ ୨ରେ ମାର୍ଗଦର୍ଶିକା ଜାରି କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ନିଜ ନିଜ ଏନଏଫଏସଏ ସୀମା ଅଧୀନରେ ଉପଲବ୍ଧ କଭରେଜକୁ ବ୍ୟବହାର କରିବାକୁ କୁହାଯାଇଛି ।
ସମାଜର ଅସୁରକ୍ଷିତ ତଥା ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ଲୋକ ଯଥା ରାସ୍ତାକଡ଼ ବାସିନ୍ଦା, ଜରି ଗୋଟାଳି, ଫେରି ବାଲା, ରିକସା ଚାଳକ ଆଦିଙ୍କ ନିକଟରେ ପହଂଚିବା ଲାଗି ପଦକ୍ଷେପ ନେବାକୁ ବିଭାଗ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ କେନ୍ଦ୍ର ଆହ୍ୱାନ ଦେଇଛି । ଏନଏଫଏସଏ ଅଧୀନରେ ଯୋଗ୍ୟ ବ୍ୟକ୍ତି/ପରିବାରଗୁଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ରାସନ କାର୍ଡ ଜାରି କରିବାର ପରିଚାଳନାଗତ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ନିକଟରେ ରହିଛି ।
