ବୁଲେଟ ଟ୍ରେନ୍ ବେଗରେ ମାଡିଚାଲିଛି ଓମିକ୍ରନ ସଂକ୍ରମଣ, ମୋଟ ୧୮୯୨ ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଭେରିଆଂଟ ଓମିକ୍ରନର ମାମଲା ବୁଲେଟ ଟ୍ରେନ୍ ବେଗରେ ବଢି ଚାଲିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ ଓମିକ୍ରୋନର ସଂକ୍ରମଣ ବର୍ତମାନ ୧୮୯୨ ରେ ପହଂଚିଛି । ସଂକ୍ରମିତ ମାନଙ୍କ ମଧ୍ୟରୁ ୭୬୬ ଜଣଙ୍କର ସ୍ୱାସ୍ଥ୍ୟ ଠିକ୍ ହୋଇ ସାରିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଂଗଳବାର ଜାରି କରାଯାଇଥିବା ତଥ୍ୟ ଅନୁସାରେ ବର୍ତମାନ ଦେଶର ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଓମିକ୍ରନ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ସବୁଠାରୁ ଅଧିକ ସଂକ୍ରମଣ ମହାରାଷ୍ଟରେ ହୋଇଥିବା ରିପୋର୍ଟ କରାଯାଇଛି । ମହାରାଷ୍ଟ୍ରରେ ଏହା ୫୬୮ ମାମଲା ଥିବା ବେଳେ ଦିଲ୍ଲୀର ସ୍ଥାନ ଦ୍ୱିତିୟରେ ଅଛି , ଯେଉଁଠି ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୮୨ ଅଛି । ତୃତୀୟ ସ୍ଥାନରେ କେରଳ ଅଛି ଯେଉଁଠି ବର୍ତମାନ ୧୮୫ ଜଣ ଓମିକ୍ରୋନରେ ଆକ୍ରାନ୍ତ ହୋଇଛନ୍ତି ।
