ଶ୍ରୀମନ୍ଦିର ଚାରିପଟ ଭଙ୍ଗାଗଢାରେ କୋଟି କୋଟି ଟଙ୍କା ଖର୍ଚ୍ଚ ବାରମ୍ବାର ବଦଳୁଛି ବ୍ଲୁପ୍ରିଂଟ
ପୁରୀ : ଶ୍ରୀମନ୍ଦିରକୁ ନେଇ ଭକ୍ତ,ପ୍ରଶାସନ,ସାଧୁସନ୍ଥ ଓ ବୁଦ୍ଧିଜୀବୀମାନେ କଣ ରୂପରେଖ ହେବ ତାକୁ ନେଇ ଦ୍ୱନ୍ଦରେ ରହିଛନ୍ତି । ଏମାରମଠ ଭଙ୍ଗାହେବା ୩ ବର୍ଷରୁ ଅଧିକ ହେଲାଣି । ବିଶ୍ୱସ୍ତରୀୟ ଲାଇବ୍ରେରୀର ଫଟୋଚିତ୍ର ମଡ଼େଲକୁ ଦେଖି ବୁଦ୍ଧିଜୀବୀମାନେ ଘରେ ବସିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୋଥି ବହି ଓ ବିରଳ ଫଟୋଚିତ୍ର ଗଦା ହୋଇ ପଡ଼ିଛି । ମନ୍ଦିର ଚାରିପଟେ ଫ୍ଲେବର ଇଟା ପଡ଼ିବ,ଭକ୍ତ ବୁଲିବେ,ନୀଳଚକ୍ର ଦର୍ଶନ କରିବେ , ଉତ୍କଳୀୟ ସଂସ୍କୃତିର ଖୁଣ୍ଟ କରାଯାଇ ଫ୍ଲେବର ଇଟା ପଡ଼ିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ଇଟା ସବୁ ତଡ଼ା ଯାଇ ପର୍ବତ ଭଳି ଗଦା ହୋଇଛି । ସେହି ଇଟା କଣ ହେବ,କିଏ ନେବ,ଭଙ୍ଗା ଇଟା ଦାମରେ ବିକ୍ରି ହେବ କି? ଗୋଟା ଇଟା ଦାମରେ ବିକ୍ରି ହେବ ତାକୁନେଇ ଠିକାଦାର ଓ ପ୍ରଶାସନ ଭିଡ଼ାଭିଡ଼ି ଅବସ୍ଥାରେ ଅଛନ୍ତି । ମନ୍ଦିର ଚାରିପଟ ଭାଙ୍ଗିବା ପରେ କାଳେ ଦୁବଗଛ ଉଠିଯିବ କିଏ ମାଡ଼ିବସିବ ସେଥିପାଇଁ ରାତାରାତି ଖାଲଢିବ ସମତୁଲ ନକରି ଫ୍ଲେବର ଇଟା ପକାଯାଇଥିଲା କିଛିମାସ ତଳେ ଦୋଳବେଦି ପରିସରରେ ଥିବା ସେବାୟତ ଡ଼ାକ୍ତରଖାନା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିଲା । ତାକୁ ଏବେ ଭଙ୍ଗା ଯାଇଛି । ପୂର୍ବରୁ ବ୍ଲୁପ୍ରିଂଟ ପ୍ରସ୍ତୁତ ନକରି ଆଲୋଚନା ନକରି ଲୋକଙ୍କ ସମସ୍ୟା ନବୁଝି ମନଇଚ୍ଛା ଟଙ୍କା ଖର୍ଚ୍ଚ କରି ବିଭିନ୍ନ କାର୍ଯ୍ୟ ନିର୍ମାଣ ପରେ ଭଙ୍ଗା ଯିବା ଯୋଗୁ ଲକ୍ଷ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ ହେଉଛି ବୋଲି ଅଭିଯୋଗ ହେଉଛି । ଜଣେ ବ୍ୟକ୍ତି ଘର ତୋଳିବ ସମୟରେ ଖଣ୍ଡେ ଇଟାକୁ ୬ଟଙ୍କା ପଡ଼ୁଥିବାରୁ ଭାଙ୍ଗିଗଲେ ମନ ଦୁଃଖ କରିବା ସହ ଫଟା ଇଟାକୁ କିପରି ଯୋଡ଼ା ଯାଇପାରିବ ସେଥିପାଇଁ ଚେଷ୍ଟା କରୁଛି । ଜନସାଧାରଣଙ୍କ ଟିକସ ଅର୍ଥରେ ନିର୍ମିତ ଏହି ସବୁ ଇଟା ଶାଗ ମାଛ ଦରରେ ବିକ୍ରି ସହ ଫିଙ୍ଗା ଫୋପଡ଼ା ହୋଇଥିବାରୁ ତାହା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହେଉଛି । ଯେତେ କାମ ସେତେ ପିସି ନ୍ୟାୟରେ ଏହି ଭଙ୍ଗା ଗଢା ଚାଲୁଛି ବୋଲି ସିଂହଦ୍ୱାରରେ ଆଲୋଚନା ହେଉଛି ।
