ପୁରୀ ଆକାଶରେ ଜେଟ ବିମାନ ଉଡ଼ିଲା ଭୟରେ ପକ୍ଷୀମାନେ ଘୁରିଲେ
ପୁରୀ : ଆଜି ଅପରାହ୍ନ ସାଢେ ଚାରିଟାରେ ପୁରୀ ଆକାଶରେ ତିନୋଟି ଜେଟ ବିମାନ ଘାଇଁ ଘାଇଁ ଉଡ଼ିବାରୁ ସହରବାସୀ ଚକିତ ହୋଇଯାଇଥିଲେ । ଯୁଦ୍ଧ ବିମାନ ପରି ଶଦ୍ଦ ହେଉଥିବାରୁ ଲୋକମାନେ ଉପରକୁ ଚାହିଁ ରହିଥିଲେ । ଏଥିସହ ବିମାନଟି ବାରମ୍ବାର ପଇଁତରା ମାରୁଥିବା ପକ୍ଷୀମାନେ ଭୟଭିତ ହୋଇ ଏଣେତେଣେ ଘୁରି ବୁଲୁଥିବା ଦୃଶ୍ୟମାନ ହୋଇଥିଲା । ଆସନ୍ତା ୧୮ ତାରିଖରେ ଏୟାର ସୋ ହେବାକୁ ଥିବାବେଳେ ଏହି ବିମାନ ମକ୍ରଡ଼ିଲ କରୁଥିବା ଅନୁମାନ କରାଯାଉଛି ।
