ସେନାକୁ ମିଳିଲା ସୁରକ୍ଷା କବଚ ! ପାଗ ହେଉ କିମ୍ବା ଶତ୍ରୁ କେହି କରିପାରିବେନି କ୍ଷତି
ନୂଆଦିଲ୍ଲୀ: ସେନାକୁ ମିଳିଲା ସ୍ୱଦେଶୀ ସୁରକ୍ଷା କବଚ। ହିମାଳୟର ପୂର୍ବ ଲଦାଖ କିମ୍ବା ଉତ୍ତର ସିକ୍କିମ ଅଥବା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ଅଞ୍ଚଳରେ ମୁତୟନ କରାଯାଉଥିବା ଭାରତୀୟ ସୈନିକ ବର୍ତ୍ତମାନ ସ୍ୱଦେଶୀ ଗରମ ପୋଷାକ ପାଇବେ। ଏହି ପୋଷାକ ପ୍ରଣାଳୀ ଯେ କେବଳ ଯେ ପାଣିପାଗ କିମ୍ବା ଅତ୍ୟଧିକ ଥଣ୍ଡାରୁ ସୁରକ୍ଷା ପ୍ରଦାନ କରିବା ତାହ ନୁହେଁ ବରଂ ଏହାର ରକ୍ଷଣାବେକ୍ଷଣ ବହୁତ ସହଜ। ଏଭଳି ବିଶେଷ ଧରଣର ପୋଷାକର ଓଜନ ବହୁତ କମ୍ ଏବଂ ଏହାକୁ ପିନ୍ଧିବା ଦ୍ୱାରା ସୈନିକ ସେମାନଙ୍କ କାର୍ଯ୍ୟକୁ ସହଜରେ କରିପାରିବେ। ପ୍ରତିରକ୍ଷା ଗବେଷଣା ଏବଂ ଅନୁସନ୍ଧାନ ସଙ୍ଗଠନ (ଡିଆରଡ଼ିଓ) ଏହି ପୋଷାକ ଜ୍ଞାନକୌଶଳକୁ ୫ଟି ସ୍ୱଦେଶୀ ସଂସ୍ଥାକୁ ଦେଇଛି ଏବଂ ସେମାନେ ଶୀଘ୍ର ଏହାର ଉତ୍ପାଦନ ଆରମ୍ଭ କରିବେ |
ଏହି ସୁରକ୍ଷା କବଚର ନିର୍ମାଣ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବ ବିବେଚନା କରାଯାଏ। ଅଦ୍ୟାବଧି ଦେଶର ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ମୁତୟନ ହେଉଥିବା ଭାରତୀୟ ସେନ୍ୟଙ୍କ ଲାଗି ବିଦେଶରୁ ବହୁତ ପୋଷାକ କିଣାଯାଉଥିଲା। ଏହି ସ୍ୱତନ୍ତ୍ର ଧରଣର ପ୍ରତିରକ୍ଷା ଉପକରଣକୁ ୦-୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ଅବସ୍ଥାପିତ ସୈନିଙ୍କୁ ପ୍ରଦାନ କରାଯିବ। ଗତ ବର୍ଷ ମଧ୍ୟ ଭାଗରେ ପୂର୍ହବ ଲଦାଖସ୍ଥିତ ଗଲୱାନ ଉପତ୍ୟକାରେ ଚୀନ ହୋଇଥିବା ସଂଘର୍ଷ ପରେ ସୀମାରେ ଅତିରିକ୍ତ ୫୦ ହଜାର ଭାରତୀୟ ସୈନ୍ୟ ମୁତୟନ ହୋଇଛନ୍ତି। ଗତ ବର୍ଷ ସୈନିକଙ୍କ ଲାଗି ଆମେରିକାରୁ ସ୍ୱତନ୍ତ୍ର ପୋଷାକ ଆମଦାନୀ କରାଯାଇଥିଲା। ହେଲେ ବର୍ତ୍ତମାନ କେବଳ ଭାରତୀୟ କମ୍ପାନୀ ଏହି ପୋଷାକ ନିର୍ମାଣ କରିବେ।
ଡିଆରଡ଼ିଓ ଦ୍ୱାରା ପ୍ରସ୍ତୁତ ପୋଷାକ ୩ ସ୍ତରରେ ପିନ୍ଧାଯାଏ ଏବଂ ୧୫ ଡିଗ୍ରୀରୁ -୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ଆରାମରେ ପିନ୍ଧାଯାଇ ପାରିବ। ଏହି ପୋଷାକକୁ ଜଳ-ବାୟୁ ରୋଧକ ଭାବେ ପ୍ରସ୍ତୁତ କରାଯାଇଛି ଯାହା ହିମାଳୟ ପାର୍ବତ୍ୟାଞ୍ଚଳରେ ହେଉଥିବା ତୁଷାରପାତ କିମ୍ବା ସେଠାରେ ପ୍ରବାହିତ ହେଉଥିବା ଥଣ୍ଡା ପବନରୁ ରକ୍ଷା କରିବ।
