ଲାବନ୍ୟାକୁ ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ କଲା ଏବିଭିପି
ବାଲେଶ୍ୱର : ତାମିଲନାଡୁର ତଂଜାବୁର ସାକ୍ରେଡ ହାର୍ଟସ ହାଇସ୍କୁଲର ଛାତ୍ରୀ ଲାବଣ୍ୟାଙ୍କୁ ନ୍ୟାୟ ଓ ଗିରଫ କାର୍ଯ୍ୟକର୍ତାଙ୍କୁ ମୁକୁଳାଇବା ଦାବିରେ ଏବିଭିପି ବାଲେଶ୍ଵର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏବିଭିପି ବାଲେଶ୍ଵର ପକ୍ଷରୁ ଫକିର ମୋହନ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କୁହାଯାଇଛି ଯେ, ଲାବଣ୍ୟାଙ୍କୁ ସ୍କୁଲ୍ କର୍ମଚାରୀ ରାକଲିନ୍ ମେରି ଏବଂ ସାଗାୟା ମେରି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଇଥିଲା ନିର୍ଯାତନାସହିନପାରି ସେ ଆତ୍ମହତ୍ୟ କରିଥିଲେ। ଲାବଣ୍ୟାଙ୍କୁ ନ୍ୟାୟ ଦାବି ପାଇଁ ଏବିଭିପିର ରାଷ୍ଟ୍ରୀୟ ସଂପାଦିକା ନିଧି ତ୍ରିପାଠ ତାମିଲନାଡୁରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବ ବେଳେ ସେଠାକାର ଡିଏମକେ ସରକାର ପୁଲିସ ଲଗାଇ ତାଙ୍କୁ ଗିରଫ କରିଥିଲା। ଡିଏମ୍ ସରକାରର ଏଭଳି ନୀତିକୁ ବିଦ୍ୟାର୍ଥୀ ପରିଷଦ ବାଲେଶ୍ଵର ଶାଖା ତୀବ୍ର ନିନ୍ଦା କରିଛି। ଦେଶ ସାରା ଆଜି ବିକ୍ଷୋଭ ଚାଲିଛି l ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ଶ୍ରୀ ବୈଲୋଚନ ସାହୁ ଏହି ବିକ୍ଷୋଭ ରେ ଯୋଗ ଦେଇ ଅସାମ୍ବିଧାନିକ ଭାବେ ଗିରଫ କରିଥିବା କାର୍ଯ୍ୟକର୍ତାଙ୍କୁ ତୁରନ୍ତ ମୁକୁଳାଇବାକୁ ଦୃଢ଼ ଦାବି କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୀୟୂଷ ମିଶ୍ର,ସଦର୍ ବ୍ଲକ୍ ସଂଯୋଜକ ସତ୍ୟ ପ୍ରକାଶ, ରାଜ୍ୟ ସହ ସମ୍ପାଦକ ଅରିଜିତ ପଟ୍ଟନାୟକ ଚନ୍ଦନ କୁମାର ସେନ୍, ଇପ୍ସିତ ରଥ,ତନୁ ରାଧା, ଭାଗ୍ୟଶ୍ରୀ ଦାସ, ରଶ୍ମି ରଞ୍ଜନ ପାଣିଗ୍ରାହୀ, କୌସଲ୍ୟା ଜେନା, ଶୁଭଲକ୍ଷ୍ମୀ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ l
