ବାଲେଶ୍ୱର : ଆକାଶ ଏନ୍ଜିର ପରୀକ୍ଷଣ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆକାଶ ମିସାଇଲର ନ୍ୟୁ ଜେନେରେସନ୍ ଭର୍ସନ୍ ଆକାଶ ଏନ୍ଜିର ପରୀକ୍ଷଣ । ଶୁକ୍ରବାର ସକାଳ ୧୧ଟା ୫୬ ମିନିଟ୍ ସମୟରେ ଏହି ମିସାଇଲ ଉତ୍କ୍ଷେପଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ୱାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନ୍ଜିର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୦ କିଲୋମିଟର। ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇପାରିବ। ୨୦୨୩ ମସିହା ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଶତ୍ରୁ ପକ୍ଷ୍ୟର କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ତୁରନ୍ତ ଧ୍ବଂସ କରିବାର କ୍ଷମତା ଏଥିରେ ରହିଛି । ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଥିଲା ।
ଏହି ଆକାଶ ଏନ୍ଜି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ଗତ ଜାନୁଆରୀ ମାସ ୨୫ ତାରିଖରେ ପରୀକ୍ଷା କରାଯାଇଥିବା ବେଳେ, ଦ୍ବିତୀୟ ଥର ଗତ ମାର୍ଚ୍ଚ ମାସ ୨୩ ତାରିଖରେ ପରୀକ୍ଷା କରାଯାଇଛି। ସେହିପରି ଗତ ୨୧ ତାରିଖରେ ତୃତୀୟ ଥର ପାଇଁ ପରୀକ୍ଷା କରାଯାଇଥିବା ବେଳେ ଆଜି ଚତୁର୍ଥ ପରୀକ୍ଷା କରାଯାଇଛି। ୨୦୨୩ ମସିହା ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
