ସୁରକ୍ଷାବଳଙ୍କ ବସ ଉପରେ ଆତଙ୍କବାଦୀ ଆକ୍ରମଣ : ୨ ଯବାନ ସହିଦ, ୧୨ ଆହତ
ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୁରକ୍ଷାବଳର ଏକ ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଫଳରେ ୨ଜଣ ଯବାନ ସହିଦ ହୋଇଥିବାବେଳେ ୧୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୁରା ଅଞ୍ଚଳକୁ ପୁଲିସ ଘେରାବନ୍ଦୀ କରିଦେଇଛି।
ପୁଣି ଆତଙ୍କବାଦୀଙ୍କ ଦୌରାତ୍ମ୍ୟ । ଭାରତୀୟ ସେନାର ବସ ଉପରେ ଆତଙ୍କବାଦୀ ଆକ୍ରମଣ । ସୋମବାର ସନ୍ଧ୍ୟାରେ ସେନା ବାହିନୀ ଯାଉଥିବା ବସ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ଜେୱାନରେ ସୁରକ୍ଷାବଳ ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡିଛି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି । ଜାମ୍ମୁ କାଶ୍ମୀରର ୯ମ ବାଟାଲିୟନ ସଶସ୍ତ୍ର ପୋଲିସ ବସ ଉପରେ ହୋଇଛି ଆକ୍ରମଣ ।
ସୂଚନା ଯେ, ସୁରକ୍ଷାକର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଂଚଳକୁ ପୁରାପୁରି ଭାବେ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଉଛି । ଦୁଇରୁ ତିନି ଜଣ ଆତଙ୍କବାଦୀ ସୁରକ୍ଷା ବଳର ବସ୍ ଉପରକୁ ଗୁଳି ଚଳାଇଥିଲେ । ବସରେ ଯବାନ ମାନେ ଶ୍ରୀନଗର ଉପକଣ୍ଠରେ ଥିବା ଜେୱାନ ସ୍ଥିତ ପୋଲିସ୍ ଟ୍ରେନିଂ କଲେଜ ଯାଉଥିଲା । ଜାମ୍ମୁ କାଶ୍ମୀର ସଶସ୍ତ୍ର ପୋଲିସର ନବମ ବାଟାଲିୟନର ଯବାନମାନେ ଏହି ବସ୍?ରେ ଯାତ୍ରା କରୁଥିଲେ । ରାସ୍ତାରେ ହିଁ ଆତଙ୍କବାଦୀ ମାନେ ହମଲା କରିଛନ୍ତି । ଏହି ଘଟଣା ପରେ କାଶ୍ମୀର ପୋଲିସ ଜୋନ୍ ଟୁଇଟ୍ କରି କହିଛି ଯେ, ଶ୍ରୀନଗରର ଜେୱାନ ଅଂଚଳରେ ଆତଙ୍କବାଦୀ ମାନେ ପୋଲିସ ଗାଡିକୁ ଆଖିବୁଜା ଗୁଳି ଚଳାଇଛନ୍ତି ।
