ପୁଲଓ୍ବାମାରେ ଆତଙ୍କାବାଦୀ-ସେନା ଏନକାଉଣ୍ଟର ଜାରି, ଦୁଇ ଆତଙ୍କବାଦୀ ନିପାତ
ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୁଲଓ୍ବାମାର ସୁରକ୍ଷା ବାହିନୀ-ଆତଙ୍କବାଦୀ ମୁହାଁମୁହିଁ। ପୁଲୱାମା ଜିଲାର ଲାରୋ-ପରିଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଲଶ୍କର-ଏ-ତଇବାର ଜଣେ ଟପ୍ କମାଣ୍ଡର ରହିଥିବା ଜଣାପଡିଛି।
ସୂଚନା ଯେ, ପ୍ୟାରୀଗାମ ଗ୍ରାମରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ଅଗଷ୍ଟ ୫ ତାରିଖରୁ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଏବଂ ଜାମ୍ମୁ କାଶ୍ମୀର ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ସମ୍ପ୍ରତି ସୁରକ୍ଷା ବାହିନୀ ଏହି ଏନକାଉଣ୍ଟରରେ ସଫଳତା ପାଇଛି। ଏହାପୂର୍ବରୁ ଜୁଲାଇ ୧୮ରେ ହୋଇଥିବା ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷା ବାହିନୀ। ଉକ୍ତ ଏନକାଉଣ୍ଟର ପୁଞ୍ଚର ସିନ୍ଧ୍ରା ଅଞ୍ଚଳରେ ଘଟିଥିଲା।
