କମିବ ୨ରୁ ୩ଡିଗ୍ରୀ ତାପମାତ୍ରା! ଆସନ୍ତା ଦୁଇଦିନ ରାଜ୍ୟରେ ଆହୁରି ବଢ଼ିବ ଶୀତ
ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତ ଆହୁରି ବଢ଼ିବ। ଆସନ୍ତା ଦୁଇଦିନ ୨ରୁ ୩ଡିଗ୍ରୀ ତାପମାତ୍ରା କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ବଲାଙ୍ଗିର,ବରଗଡ,ଝାରସୁଗୁଡା,ସୁନ୍ଦରଗଡର କିଛିକିଛି ସ୍ଥାନରେ ଶୀତର ଲହରି ବଢିବ। ତେବେ ଦୁଇଦିନ ରାଜ୍ୟର ୪ଟି ଜିଲାରେ ଶୀତ ଲହରି ଅନୁଭୂତ ହେବ। ଝାରସୁଗୁଡ଼ା , ବରଗଡ଼ , ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣି ଜାରି ହୋଇଛି। ଏଥିଲାଗି ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।
ପାଣିପାଗ କେନ୍ଦ୍ର ତଥ୍ୟାନୁସାରେ ରବିବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରହିଥିଲା। ସେହିପରି କେନ୍ଦୁଝରରେ ୯.୬, ଝାରସୁଗୁଡ଼ା ୧୦.୪ ଟିଟିଲାଗଡ଼ ୧୦.୮, ଭବାନୀପାଟଣା ୧୧, ଫୁଲବାଣୀ ୧୧, ବାରିପଦା ୧୧.୮, ଚାନ୍ଦବାଲି ୧୨, ବାଲେଶ୍ବର ୧୨.୫, ହୀରାକୁଦ ୧୨.୬, ତାଳଚେର ୧୩, କଟକ ୧୩.୨, କୋରାପୁଟ ୧୩୫, ବଲାଙ୍ଗିର ୧୩୮. ସୁବର୍ଣ୍ଣପୁର ୧୩.୯, ଭୁବନେଶ୍ବରରେ ୧୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
