ଏବେଠୁ ମୁଣ୍ଡ ବିନ୍ଧାଇଲାଣି ତାପମାତ୍ରା ! ତାତି ଜନିତ ରୋଗ ସମ୍ପର୍କରେ ସତର୍କ କରାଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
New Delhi: Health Secretary Rajesh Bhushan addresses a press conference on COVID-19 current situation, at NMC in New Delhi, Tuesday, Sept. 08, 2020. (PTI Photo/Vijay Verma)(PTI08-09-2020_000128B)
ନୂଆଦିଲ୍ଲୀ : ସାରା ଦେଶରେ ତାତି ବୃଦ୍ଧି ପାଇବାରେ ଲାଗିଛି। ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାତି ଜନିତ ରୋଗ ସମ୍ପର୍କରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛନ୍ତି। ସେ ସମସ୍ତଙ୍କୁ ‘ଜାତୀୟ କାର୍ଯ୍ୟ ଯୋଜନା’ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। କୁହାଯାଇଛି ଯେ ଦେଶର କେତେକ ସ୍ଥାନରେ ତାପମାତ୍ରା ଏକ ଉଚ୍ଚ ସ୍ତରରେ ପହଞ୍ଚିସାରିଛି। ଏଭଳି ପରିସ୍ଥିତିରେ ଉତ୍ତାପ ଦ୍ୱାରା ହେଉଥିବା ରୋଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସମସ୍ତ ରାଜ୍ୟକୁ ସତର୍କ କରିସାରିଛି।
ଚିଠିରେ ଦର୍ଶାଯାଇଛି ଯେ ମାର୍ଚ୍ଚ ୧ରୁ ସମସ୍ତ ରାଜ୍ୟ ତଥା ଜିଲାରେ ଜାତୀୟ ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ୱାସ୍ଥ୍ୟ (ଏନପିସିସିଏଚଏଚ) ଅଧୀନରେ ଥିବା ଉତ୍ତାପ ଜନିତ ରୋଗ ଉପରେ ପ୍ରତିଦିନ ମନିଟରିଂ ଇଣ୍ଟିଗ୍ରେଟେଡ୍ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ (ଆଇଏଚଆଇପି) ରେ କରାଯିବ।
ଏନପିସିସିଏଚଏଚ, ଏନସିଡିସି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଚିଠିରେ ହିଟ ଓ୍ୱେଭର ସମ୍ଭାବନା ଥିବା ନେଇ ସୂଚିତ କରାଯାଇଛି। ଏଥିପାଇଁ ସତର୍କ ରହିବାକୁ ରାଜ୍ୟ ମାନଙ୍କୁ ସୂଚନା ଜାରି କରାଯାଇଛି। ପ୍ରବଳ ଗରମକୁ ଦୃଷ୍ଟିରେ ରଖି କୌଣସି ପ୍ରକାରର କାର୍ଯ୍ୟକ୍ରମ ନ ରଖିବାକୁ ସୂଚନା ଦିଆଯାଇଛି। ଏପରିକି ତାତିରୁ ରକ୍ଷା ପାଇବା ପାଇଁ ସରକାର ପଦକ୍ଷେପମାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଚିକିତ୍ସା ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ତୃଣମୂଳସ୍ତରରେ ଲୋକମାନେ ଗରମରୁ ହେଉଥିବା ରୋଗକୁ ତୁରନ୍ତ ଚିହ୍ନଟ କରିବା ଓ ତାହାର ନିରାକରଣ କରିବାକୁ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ଅତ୍ୟାବଶ୍ୟକ ଔଷଧ, ଇଣ୍ଟ୍ରାଭେସନ ଫ୍ଲ୍ୟୁଡ଼, ବରଫ ପ୍ୟାକ୍, ଓଆରଏସ୍ ଏବଂ ସମସ୍ତ ଆବଶ୍ୟକୀୟ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତିର ସମୀକ୍ଷା କରାଯିବା ଉଚିତ୍। ସମସ୍ତ ସ୍ୱାସ୍ଥ୍ୟ ସୁବିଧାରେ ପର୍ଯ୍ୟାପ୍ତ ପାନୀୟ ଜଳର ଉପଲବ୍ଧତା ପାଇଁ ଏହା ମଧ୍ୟ କୁହାଯାଇଛି।
