ଡୋମିନିକାରେ ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ, ରାହୁଲ ଦ୍ରାବିଡଙ୍କ ସହ ଏକ ଫଟୋ ସେୟାର କଲେ କୋହଲି
ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା ଜୁଲାଇ ୧୨ ତାରିଖରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଟିମ୍ ଇଣ୍ଡିଆ ଡୋମିନିକାରେ ଅଭ୍ୟାସ ଆରମ୍ଭ କରିଦେଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଆଜିଠାରୁ ପଡିଆରେ ଅଭ୍ୟାସ ଆରମ୍ଭ କରିଛନ୍ତି । ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜଙ୍କ ସମେତ ଅନ୍ୟ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସ ସମୟରେ ରବିଚନ୍ଦ୍ରନ ଅଶ୍ୱିନ କୋଚ ରାହୁଲ ଦ୍ରାବଡିଙ୍କ ଠାରୁ ଟିପ୍ସ ନେଉଛନ୍ତି । ଅଶ୍ୱିନ ଏବଂ ଜାଡେଜା ଅଲରାଉଣ୍ଡର ଖେଳାଳି । ଦୁହେଁ ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ବେଶ୍ କମାଲ କରିଛନ୍ତି । ସେହିପରି ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କର ରେକର୍ଡ ମଧ୍ୟ ଭଲ ରହିଛି ।
ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ଟିମ୍ ଇଣ୍ଡିଆର ଓ୍ଵିକେଟ କିପର ବୋଲର ଏସକେ ଭରତଙ୍କ ଉପରେ ଭରସା ରହିଛି । ଭରତ ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ଏବେ ଟିମରେ ନିଜର ସ୍ଥାନ ପକ୍କା କରିବା ପାଇଁ ଭରତଙ୍କ ପାଖରେ ସୁଯୋଗ ରହିଛି । ଏହାଛଡା ଟିମର ଯଶସ୍ୱୀ ଜୟସଓ୍ଵାଲ ଏବଂ ଋତୁରାଜ ଗାଏକଓ୍ଵାଡଙ୍କୁ ଟିମରେ ସ୍ଥାନ ମିଳିଛି । ନବଦୀପ ସଇନି ମଧ୍ୟ ଟିମରେ ସାମିଲ ରହିଛନ୍ତି ।
The only two guys part of the last test we played at Dominica in 2011. Never imagined the journey would bring us back here in different capacities. Highly grateful. 🙌 pic.twitter.com/zz2HD8nkES
— Virat Kohli (@imVkohli) July 9, 2023
୨୦୧୧ ରେ ଟିମ୍ ଇଣ୍ଡିଆ ଏହାର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲା। କୋହଲି ସୋସିଆଲ ମିଡିଆ ଜରିଆରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଏବଂ ଡୋମିନିକାରେ ଖେଳାଯାଇଥିବା ଶେଷ ଟେଷ୍ଟରେ କେବଳ ଦୁଇଜଣ ଖେଳାଳି ଦଳର ଅଂଶ ବୋଲି କହିଥିଲେ।
ଭାରତୀୟ ଟିମ୍ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ଟିମ୍ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ ।
ଭାରତୀୟ ଟେଷ୍ଟ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାୟକୱାଡ, ବିରାଟ କୋହଲି, ଯଶସ୍ୱୀ ଜୟସୱାଲ, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କେଏସ୍ ଭରତ (ୱିକେଟକିପର), ଇଶାନ କିଶନ (ୱିକେଟକିପର), ଆର. ଅଶ୍ୱିନ, ଆର. ଜାଡେଜା, ଶାର୍ଦୁଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସଇନି।
