ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ ଆରମ୍ଭ
ପୁରୀ : ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଏହି ପିତୃପକ୍ଷ ପାଳିତ ହେବ । ଏଥିପାଇଁ ଶ୍ରୀକ୍ଷେତ୍ରରେ ତର୍ପଣ,ପିଣ୍ଡଦାନ ଓ ଶ୍ରାଦ୍ଧ ଆରମ୍ଭ ହୋଇଛି । ମାର୍କଣ୍ଡେୟ ପୁଷ୍କଋଣୀ, ନରେନ୍ଦ୍ର ପୁଷ୍କଋଣୀ,ଶେତ୍ୱଗଙ୍ଗା ପୁଷ୍କଋଣୀ,ଇନ୍ଦ୍ରଦ୍ୟୁମ୍ନ ପୁଷ୍କଋଣୀ ସମେତ ମହୋଦଧିରେ ତର୍ପଣ ପିତୃପୁରଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ଶ୍ରାଦ୍ଧ ତିଥି ଅନୁସାରେ ପାଳିତ ହେଉଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣମାନେ ସକାଳୁ ଶୁଦ୍ଧପୁତ ଭାବେ ସ୍ନାନ କରି ଜଳାଶୟରେ ତର୍ପଣ ଆରମ୍ଭ କରିଛନ୍ତି । ଏଥିପାଇଁ ପୁଷ୍କଋଣୀ ନିକଟରେ ବ୍ରାହ୍ମଣମାନେ ସକାଳୁ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ ତୀର୍ଥ ପୁଷ୍କଋଣୀରେ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଇଥିଲା ।
