ଅନ୍ତରାରେ କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭାର ବିକାଶ ହୋଇଥାଏ
ଖଇରା : ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଅନ୍ତରା ମହତୀପୁର ହାଇସ୍ମୁଲ ପରିସରରେ ଶୁକ୍ରବାର ଦିନ କ୍ଲଷ୍ଟର ସ୍ତରିୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି I ଉଦ୍ଘାଟନୀ ସଭାରେ ଆଞ୍ଚଳିକ ସାଧନ ସଂଯୋଜକ ଲମ୍ବୋଦର ଦାସ ପୌରହୋତ୍ୟ କରିଥିଲେ I ସରପଞ୍ଚ ରଶ୍ମିତା ଯେନା ମୁଖ୍ୟ ଅତିଥି,ସମିତିସଭ୍ୟା ସବିତାରାଣୀ ପଣ୍ଡା,ହାଇସ୍କୁଲର ପ୍ରଧାନଶିକ୍ଷକ ଷଢାନନ ପାଣିଗ୍ରାହୀ,ପୂର୍ବତନ ସରପଞ୍ଚ ଅନନ୍ତ ପ୍ରସାଦ ମହାପାତ୍ର,ପ୍ରାକ୍ତନ ପ୍ରଧାନଶିକ୍ଷକ ଚିନ୍ତାମଣି ସାହୁ,ବିଶ୍ବନାଥ ନାୟକ, ରଞ୍ଜନ କୁମାର ମହାନ୍ତି,ଭବାନି ଶଙ୍କର ଦିବେଦୀ,ମିନତୀ ପାଣିଗ୍ରାହୀ,ପ୍ରମୋଦ କୁମାର ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ I ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରତିଭା ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଥାଏ ବୋଲି ଅତିଥିମାନେ ପ୍ରକାଶ କରିଥିଲେ I ଵସନ୍ତ କୁମାର ବିଶ୍ବାଳ ସ୍ବାଗତ ଭାଷଣ ଓ ନଟବର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀଛାତ୍ର ମାନେ ପୁରସ୍କୃତ କରିଥିଲେ ା ଫଟୋ-ଖଇରା୧-ସୁରଭି ଉଦ୍ଘାଟନୀ ଉତ୍ସବରେ ମଞ୍ଚାସୀନ ଅତିଥି
