ତାଳ ପାତ୍ର ରବିବାରଦିନ ଝାରସୁଗୁଡା ଚର୍ଚ୍ଚ ରେ ପାଳିତ
ଝାରସୁଗୁଡା : ପଲ୍ଲୀ ପୁରୋହିତ ଙ୍କ ସହିତ ଅନେକ ପୁରୋହିତ ଯୋଗ ଦେଇ ଏହି ତାଳ ପତ୍ର ପର୍ବଟିକୁ ବହୁତ ଆଡମ୍ବର ସହିତ ବମ୍ବେ ଛକ ସ୍ଥିତ ସେଣ୍ଟି ମେରୀ ସ୍କୁଲ ଠାରୁ ଝୁଲୁସ (ପ୍ରସେଶନ) କରି କସ୍କ କଲୋନୀ ସ୍ଥିତ ସେଣ୍ଟି ଅର୍ନାଲ୍ଡ କାଥଳିକ ଚର୍ଚକୁ ପ୍ରବେଶ କରିଥିଲେ । ‘’!!ଜଣେ ବ୍ୟକ୍ତି ସଫଳ ହୁଏ ଯେତେବେଳେ ସେ ଦୁନିଆକୁ ନୁହେଁ ବରଂ ନିଜକୁ ପରିବର୍ତ୍ତନ କରିବା ଆରମ୍ଭ କରେ !!’’ ତାଳ ପାତ୍ର ରବିବାର ଏବଂ ଯାହାକୁ ମଧ୍ୟ ଆମ୍ଭେ ଖଜୁରୀ ପର୍ବ ବୋଲି କହିଥାଉ । ଏହି ପର୍ବର ବିଶେଷିୟତା ହେଲା ଯାହାକୁ ଆମ୍ଭେ ଆସନ୍ତା କାଳିଠାରୁ ପ୍ରଭୁଙ୍କର ଦୁଃଖ ଭୋଗ ସପ୍ତାହ କୁ ପ୍ରବେଶ କରିଥାଉ । ତେବେ ଦୁଃଖ ଭୋଗ ସପ୍ତାହର ପ୍ରଥମ ରବିବାର ଦିନ ଆମେ ତାଳ ପତ୍ର ପର୍ବ ପାଳନ କରିଥାଉ । ଆମ୍ବମାନଙ୍କର ବାଇବଲରେ ଲିଖିତ ସାଧୁ ମାଥିଉ , ମାର୍କ , ଲୁକ ଓ ଯୋହନଙ୍କ ସୁସମାଚାରରେ ଲିଖିତ ବିଷୟଟିକୁ ଆଧାରିତ କରି ଏହି ପରମ୍ପରାଟି ଆମ କାଥଳିକମଣ୍ଡଳୀରେ ହୋଇଆସୁଅଛି । ବହୁ ପୂର୍ବରୁ ଏହି ପରମ୍ପରା ଆରମ୍ବ ହୋଇଅଛି , ଏହି ପରମ୍ପରାଟି ହେଲା ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ ସେ ଆମ୍ଭମାନଙ୍କର ମସିହ ଗୌରବର ସହିତ ଏବଂ ବିଜୟ ସହିତ ଜେରୁସାଲେମ ମନ୍ଦିରକୁ ଗୋଟିଏ ଗଧର ପିଠିରେ ବସି ଯାଇଥିଲେ । ଏହି ତାଳ ପତ୍ର ପର୍ବର ପ୍ରସେଶନରେ ଆମ୍ଭେ ସ୍ମରଣ କରିଥାଉ ଯୀଶୁ ଖ୍ରୀଷ୍ଟ ଗୌରବର ସହିତ ନିଜ ଗନ୍ତବ୍ୟ ସ୍ଥଳ ନିଜ ଲକ୍ଷ୍ୟ ସ୍ଥଳ ଜେରୁସାଲେମ ଯାଇଥିଲେ ଏବଂ ସେ ମସିହ ଯେ ଉଧାର କର୍ତ୍ତା ନିଜର ଜୀବନକୁ ସମର୍ପଣ କରି ଆମ ସମସ୍ତଙ୍କର ପରିତ୍ରାଣ ଆଣିଦେବା ପାଇଁ ଜେରୁସାଲେମ ନିକଟକୁ ଯାଇଥିଲେ । ତେବେ ଗଧ ପିଠିରେ ବସି ଯିବାର ଅର୍ଥ ହେଲା ଯେ ସେ ଜଗତକୁ ଶାନ୍ତି, ଆନନ୍ଦ, ଏକତା , ନ୍ୟାୟ, ଏବଂ ଧାର୍ମିକତା ସ୍ଥାପନ କରିବା ପାଇଁ ସେ ଆମ ନିକଟକୁ ଆସିଥିଲେ । ସେଥିପାଇଁ କାଥାଳିକ ବିଶ୍ୱାସୀ ମାନେ ଏହି ରବିବାର ଦିନ ତାଳ ପତ୍ର ଏବଂ ଜୟଗାନ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରି ଗୀର୍ଜାକୁ (ଚର୍ଚ ) ପ୍ରବେଶ କରିଥାନ୍ତି । ଏହି ପର୍ବ ଦିନ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଭୋଗ ଏବଂ ମରଣ ବିଷୟରେ ସ୍ମରଣ ଓ ପ୍ରାର୍ଥନା କରିଥାଉ ।
