ଔପଦା ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱ ଗ୍ରହଣ
ଔପଦା : ଔପଦା ବ୍ଲକ ସଦର ମହକୁମାରେ ଥିବା ବହୁ ପୁରାତନ ଔପଦା ନୋଡ଼ାଲ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସସ୍ମିତା ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ହାଇସ୍କୁଲର ଦୀର୍ଘ ଦିନ ପରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇଥିବାରୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।
ଶ୍ରୀମତୀ ଦାସ ବାଲେଶ୍ୱର ଶ୍ୟାମସୁନ୍ଦର ହାଇସ୍କୁଲରୁ ଆସି ଏଠାରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫୁଲତୋଡ଼ା ଓ ପୁଷ୍ପମାଳ ଦେଇ ସ୍ୱାଗତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱ ଦେବା ସହ ବିଦ୍ୟାଳୟକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।
