ନୂତନ ଆଇଜିଆରଙ୍କ ଦାୟିତ୍ୱ ଗ୍ରହଣ
କଟକ : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ସଂପ୍ରତି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଭାବେ କାର୍ଯ୍ୟରତ ଅନୀଲ କୁମାର ସାମଲ ଆଜି ପୂର୍ବାହ୍ନରେ ନୂତନ ନିବନ୍ଧନ ମହାନିରୀକ୍ଷକ(ଆଇଜିଆର) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କୋଭିଡ ନିୟମ ପାଳନ ପୂର୍ବକ ନିଷ୍ଠାର ସହିତ ଦାୟିତ୍ୱ ପାଲନ କରିବାକୁ ଏବଂ ଆଗାମୀ ଦିନରେ ରେଜିଷ୍ଟ୍ରେସନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରି ଜନସାଧାରଣଙ୍କୁ ଆବଶ୍ୟକ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ନିବନ୍ଧନ ମହାନିରୀକ୍ଷକ ଥିଭା ଅଂଜନ କୁମାର ମାଣିକ ଗତକାଲି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ସାମଲଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏଥିସହିତ ଶ୍ରୀ ସାମଲ ଉତ୍ତରାଂଚଳ ରାଜସ୍ୱ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବା ସହିତ କଟକ ଜିଲ୍ଲା ସମେତ ୪ଟି ଜିଲ୍ଲାର କୋଭିଡ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।
