ଟି-୨୦ ବିଶ୍ୱକପ୍ : ଇଂଲଣ୍ଡ ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା
ସାରଜା : ୟୁଏଇର ସାରଜାଠାରେ ସୋମବାର ଟି-୨୦ ବିଶ୍ୱକପ୍ ଗ୍ରୁପ-୧ର ଏକ ମ୍ୟାଚରେ ଶ୍ରୀଲଙ୍କା ଓ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଇଂଲଣ୍ଡ ନିଜର ୩ଟିଯାକ ମ୍ୟାଚରେ ବିଜୟ ହାସଲ କରି ୬ ପଏଣ୍ଟ ପାଇବା ସହ ଗ୍ରୁପ-୧ରେ ନିଜର ସ୍ଥିତି ସୁଦୃଢ କରିଛି ଓ ସେମିଫାଇନାଲ ପାଇଁ ଏକ ପ୍ରମୁଖ ଦାବିଦାରରେ ପରିଣତ ହୋଇଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି ଓ ୨ ପଏଣ୍ଟ ପାଇଛି । ଦଳର ରନ ରେଟ ମଧ୍ୟ ନକାରାତ୍ମକ ସ୍ତରରେ ରହିଛି । ଫଳରେ ଦଳ ପାଇଁ ଏହି ମ୍ୟାଚର ଗୁରୁତ୍ବ ବଢିଯାଇଛି ।
