ଟି-୨୦ ବିଶ୍ୱକପ୍ : ଅଷ୍ଟ୍ରେଲିଆ ବିପକ୍ଷରେ ୮ ଉଇକେଟ୍ରେ ଜିତିଲା ଇଂଲଣ୍ଡ
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ୱକପ୍ ଗ୍ରୁପ-୧ର ଶନିବାର ଏକ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । ଏଥିରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୨୫ ରନ ସଂଗ୍ରହ କରିଥିବାବେଳେ ଇଂଲଣ୍ଡକୁ ବିଜୟ ପାଇଁ ୧୨୬ରନର ଆବଶ୍ୟକ ରହିଥିଲା । ଏହି ଲକ୍ଷ୍ୟକୁ ଇଂଲଣ୍ଡ ସହଜରେ ହାସଲ କରିପାରିଛି । ବଟଲର୍ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମାତ୍ର ୧୧.୪ ଓଭରରେ ୨ ଉଇକେଟ୍ ହରାଇ ୧୨୬ ରନ୍ ସଂଗ୍ରହ କରିଛି ।
ଟି ୨୦ ବିଶ୍ୱକପର ହାଇ ଭୋଲଟେଜ୍ ମ୍ୟାଚରେ ନିରାଶ କରିଛି ଅଷ୍ଟ୍ରେଲିଆ । ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେବାପରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୨୫ ରନ କରିବାକୁ ସକ୍ଷମ ହୋଇଛି ଅଷ୍ଟ୍ରେଲିଆ । ଇଂଲଣ୍ଡର ଶାଣିତ ବୋଲିଂ ସାମ୍ନାରେ ଧରାଶୟୀ ହୋଇଛନ୍ତି କଙ୍ଗାରୁ ବ୍ୟାଟ୍ସମ୍ୟାନ । ଅଧିନାୟକ ଆରୋନ୍?ଫିଞ୍ଚଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଡେଭିଡ୍ ୱାର୍ଣ୍ଣର (୧ରନ) ନିରାଶ କରିଛନ୍ତି । ପରେ ଷ୍ଟେଭ୍ ସ୍ମିଥ ମାତ୍ର ୧ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଆରୋନ୍ ଫିଞ୍ଚ ୪୪ ରନ କରି ଆଉଟ ହୋଇଥିବା ବେଳେ, ଗ୍ଲେନ୍ ମାକ୍ସୱେଲ ୬ରନ, ମାର୍କସ୍ ଷ୍ଟୋଇନିସ୍ ୦, ମାଥ୍ୟୁ ୱେଡ୍ ୧୮, ଆଷ୍ଟନ୍ ଆଗର ୨୦, ପ୍ୟାଟ୍ କମିନ୍ସ ୧୨ ରନ କରି ଆଉଟ ହୋଇଛନ୍ତି । ମିଚେଲ୍ ଷ୍ଟାର୍କ ୧୩ରନ ଏବଂ ଆଡମ ଜାମ୍ପା ୧ ରନ କରି ଆଉଟ ହୋଇଛନ୍ତି । ଜୋସ୍ ହେଜେଲଉଡ ୦ ରନକରି ଅପରାଜିତ ଅଛନ୍ତି । ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକସ୍ ୪-୨୩-୨ ଏବଂ କ୍ରିସ୍? ଜୋର୍ଡନ୍ ୪-୧୭-୩ ଚମତ୍କାର ବୋଲିଂ କରି ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ, ଲିୟାମ ଲିଭିଙ୍ଗଷ୍ଟନ୍ ୪ ଓଭରରେ ୧୫ ରନ ୧ ୱିକେଟ, ଆଦିଲ ରସିଦ ୪ ଓଭରରେ ୧୯ ରନ ୧ ୱିକେଟ ଏବଂ ଟିମାଲ ମିଲସ୍ ୪ ଓଭରରେ ୪୫ ରନ ଦେଇ ୨ ୱିକେଟ ନେଇଥିଲେ । ୧୨୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ପକ୍ଷରୁ ରୟ ଓ ଜସ ବଟଲର ପଡ଼ିଆକୁ ଓହ୍ଲାଇଥିଲେ । ରୟ ୨୦ ବଲ୍ରୁ ୨୨ ରନ୍ କରି ଆଉଟ୍ ହୋଇଥିବା ବେଳେ ମଲନ୍ ୮ ରନ୍ କରି ଆଉଟ୍ ହୋଇଥିଲେ । ମାତ୍ର ବଟଲର ଧୂଆଁଧାର ପ୍ରଦର୍ଶନ କରିଥିଲେ । ବଟଲର ମାତ୍ର ୩୨ ବଲ୍ରୁ ୫ଟି ଚୌକା ଓ ୫ଟି ଛକା ସହ ୭୧ ରନ୍ ଓ ବେୟାରଷ୍ଟୋ ୧୧ ବଲ୍ରୁ ୧୬ ରନ୍ କରି ନଟ୍ଆଉଟ୍ ରହିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଆସ୍ଥନ ଅଗର ଓ ଆଡମ୍ ଜାମ୍ପା ଗୋଟିଏ ଲେଖାଏଁ ଉଇକେଟ୍ ହାସଲ କରିଥିଲେ ।
