ଟି-୨୦ ବିଶ୍ୱକପ-୨୦୨୧ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଇଂଲଣ୍ଡ
ସାରଜା : ଟି-୨୦ ବିଶ୍ୱକପ ଗ୍ରୁପ-୧ର ଦ୍ବିତୀୟ ମ୍ୟାଚ ଆଜି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ଏହି ମ୍ୟାଚରେ ବିଜୟ ହାସଲ କଲେ ଇଂଲଣ୍ଡ ଗ୍ରୁପ-୧ରେ ନିଜର ୧ ନମ୍ବର ସ୍ଥାନ ବଜାୟ ରଖିବ । ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବ ବହନ କରୁଛି । ଦକ୍ଷିଣ ଆଫ୍ରିକା ଯ଼ଦି ବଡ଼ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରେ ତେବେ ଉନ୍ନତ ରନରେଟ ଭିତ୍ତିରେ ସେମିକୁ ଯିବାର ଆଶା ରହିଛି । କିନ୍ତୁ ଆଜି ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆର ବଡ଼ ବିଜୟ ପରେ ଏହା କଷ୍ଟକର ମନେ ହେଉଛି ।
