ସ୍ୱର୍ଣଚୁଡ଼ ମହାବିଦ୍ୟାଳୟ ନୂତନ ଶୈଖିକ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ
ବାଲେଶ୍ୱର : ବାଲେଶ୍ୱର ଜିଲା ଏମ୍ପି ଓ ନୀଳଗିରିର ବିଧାୟକଙ୍କ ଉପସ୍ଥିତିରେ ମଙ୍ଗଳବାର ସ୍ୱର୍ଣଚୁଡ଼ ମହାବିଦ୍ୟାଳୟରେ ନୂତନ ଶୈଖିକ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।
ମଙ୍ଗଳବାର ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀର ମିତ୍ରପୁର ସ୍ଥିତ ସ୍ୱର୍ଣଚୁଡ଼ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଯୋଗାଯାଉଥିବା ନୂତନ ଶୈକ୍ଷିକ ଗୃହର ଶୁଭ ଭିତ୍ତିପ୍ରସ୍ତ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି ।
ନିର୍ମିତ ହେବାକୁ ଥିବା ଏହି ଗୃହର ଅଟକଳ ମୂଲ୍ୟ ଦୁଇ କୋଟି ଟଙ୍କା । ଏହି ଭୂମିପୂଜନ ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରତାପ ନାୟକ ଉପସ୍ଥିତିରେ ପୁଜାର୍ଚ୍ଚନା କରାଯାଇଥିଲା । ପରେ ଏମ୍ପି ଶ୍ରୀ ଷଡ଼ଙ୍ଗୀ ଫିତା କାଟି ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରବିନ୍ଦୁ ଦାସ, ତାପସ ମହାନ୍ତି, ଦୁର୍ଗାପ୍ରସାଦ ମାହାନ୍ତି, ନିରଞ୍ଜନ ଲେଙ୍କା , ସତ୍ୟ ବେହେରା, ସୁଭାସିସ ଆଚାଯ୍ଯ ପ୍ରମୁଖ ଉପସ୍ଥିତ ରହିଥିଲେ ।
