ହିନ୍ଦୁତ୍ୱକୁ ତାଲିବାନ ସହ ତୁଳନା କରି ପୁଣି ଥରେ ଚର୍ଚ୍ଚାରେ ସ୍ଵରା ଭାସ୍କର, ଜୋର ଧରିଲା ଗିରଫ ଦାବି
ମୁମ୍ବାଇ : ସବୁ ସମୟରେ ନିଜର ମନ୍ତବ୍ୟ ତଥା ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ହିନ୍ଦୁତ୍ୱକୁ ତାଲିବାନ ସହ ତୁଳନା କରି ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଛନ୍ତି। ଏନେଇ ଜଣେ ମହିଳା ଓକିଲ ସ୍ଵରା ଭାସ୍କରଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିବାକୁ ଗାଜିଆବାଦ ପୋଲିସକୁ ଅନଲାଇନ ଲିଖିତ ଆବେଦନ କରିଛନ୍ତି।
dadada
ସୂଚନା ଯେ, ସ୍ଵରା ଭାସ୍କର ମଙ୍ଗଳବାର ଏକ ଟ୍ୱିଟ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ଆମେ ହିନ୍ଦୁତ୍ୱର ଆତଙ୍କରୁ ଠିକ ହୋଇପାରିବାନି ଏବଂ ତାଲିବାନର ଆତଙ୍କରୁ ସମସ୍ତେ ଚିନ୍ତିତ ଓ ବିନାଶ ହୋଇଯାଇଛନ୍ତି। ଆମେ ତାଲିବାନ ଆତଙ୍କରୁ ଶାନ୍ତିରେ ବସିପାରିବାନି। ପୁଣି ହିନ୍ଦୁତ୍ୱର ଆତଙ୍କକୁ ନେଇ ନିରାଶ ହେଉଛୁ। ଆମର ମାନବୀୟ ଏବଂ ମୌଳିକ ମୂଲ୍ୟବୋଧ ପୀଡିତାର ପରିଚୟ ଉପରେ ଆଦୌ ଆଧାରିତ ହେବା ଉଚିତ୍ ନୁହେଁ।’ ସ୍ଵରାଙ୍କ ଏହି ଟ୍ୱିଟକୁ ଏବେ ସୁଦ୍ଧା ପ୍ରାୟ ୬ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ସ୍ଵରାଙ୍କ ଏହି ଟ୍ୱିଟ ଖୁବ ଟ୍ରୋଲ ହେଉଛି। କିଏ ସ୍ଵରାଙ୍କ ଆକାଉଣ୍ଟ ସସ୍ପେଣ୍ତ କରିବାକୁ ଦାବି କରୁଛି ତ କିଏ ତାଙ୍କୁ ଗିରଫ କରିବାକୁ ଦାବି କରୁଛି। ଜଣେ ୟୁଜର ଲେଖିଛନ୍ତି, ତୁମମାନଙ୍କ ପାଇଁ ହିଁ ହିନ୍ଦୁତ୍ୱ ବଦନାମ। କାରଣ ତୁମେମାନେ ନିଜେ ନିଜେ ନୂଆ ପରିଭାଷା ତିଆରି କରିଛ।
ଓକିଲ ୟୁକ୍ତି ରାଠି ଗାଜିଆବାଦ ପୋଲିସକୁ ଇ-ମେଲରେ ଏକ ଅଭିଯୋଗ ପଠାଇଛନ୍ତି। ଏଥିରେ ସେ ହିନ୍ଦୁତ୍ୱର ତୁଳନା ତାଲିବାନ ସହ କରିଥିବାରୁ ସ୍ଵରା ଭାସ୍କରଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିବାକୁ ଦାବି କରିଛନ୍ତି। ଏହି ଅଭିଯୋଗର ଏକ କପି ସେ ଗାଜିଆବାଦ ପୋଲିସ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଟ୍ୱିଟ କରିଛନ୍ତି। ପୋଲିସ ଏବେ ଯାଏଁ ୟୁକ୍ତି ରାଠିଙ୍କ ଟ୍ୱିଟର ଜବାବ ଦେଇନାହିଁ।
